ଘରେ ରହିବେନି ମୂଷା, ଯଦି କରିବେ ଏହି ଜବରଦସ୍ତ ଘରୋଇ ଉପାୟ

ଘରେ ଯଦି ଗୋଟେ ବି ମୂଷା ରହିଥାଏ ତେବେ ବହୁତ ଅସୁବିଧା ହେବାକୁ ପଡିଥାଏ । ସବୁ ସମୟରେ ଘରେ ଥିବା ପୋଷାକ ଆଉ ଖାଇବା ଜିନିଷକୁ ଏଣେ ତେଣେ ପକାଇ ହଇରାଣ କରିଥାନ୍ତି ଏହି ମୂଷାମାନେ । ବାରମ୍ବାର ଘର ସଫା ରଖିବା ସତ୍ବେ ଯଦି ମୂଷା ଆପଣଙ୍କ ପାଇଁ ହଇରାଣ ହେବାର ମୂଳ କାରଣ ପାଲଟି ଯାଇଛି, ତେବେ ବର୍ତ୍ତମାନ ଆପଣଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ଜଣାଇବାକୁ ଚାହୁଁଛୁ ଯାହା ଆପଣ ଆପଣାଇ ଏହି ମୂଷା ମାନଙ୍କର ପ୍ରାଦୁର୍ଭାବରୁ ରକ୍ଷା ପାଇ ପାରିବେ…

ପିଆଜ

onionଆପଣ ପ୍ରାୟ ଜାଣିଥିବେ ମୂଷାମାନେ ପିଆଜର ଗନ୍ଧକୁ ଜମାରୁ ସହିପାରିନଥାନ୍ତି । ଯେଉଁ ସ୍ଥାନରେ ପିଆଜ ରଖାଯାଇଥାଏ ସେମାନେ ଏହି ସ୍ଥାନରୁ ବହୁ ଦୂରକୁ ଚାଲିଯାଇଥାନ୍ତି । ତେଣୁ ଯେଉଁ ସ୍ଥାନରେ ମୂଷାମାନେ ବେଶି ଦେଖାଯାଉଛନ୍ତି ତେବେ ସେହି ସ୍ଥାନରେ କିଛି କଟା ପିଆଜ ରଖିଦିଅନ୍ତୁ । ଦେଖିବେ କିଛି ଦିନ ଏହି ପରି କରିବା ପରେ ଆପଣଙ୍କ ଘରୁ ମୂଷାମାନେ କୁଆଡେ ଚାଲିଯିବେ ।

ପୁଦିନା ପତ୍ର

podinaପୁଦିନା ପତ୍ରର ବାସ୍ନା ମୂଷା ମାନଙ୍କୁ ବହୁତ ଖରାପ ଲାଗିଥାଏ । ଘରୁ ମୂଷାମାନଙ୍କୁ ସଫା କରିବା ପାଇଁ କିଛି ପୁଦିନା ପତ୍ରକୁ ଏକ ପେପରରେ ଗୁଡାଇ ରଖି ମୂଷା ହେଉଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଛଡା ଆପଣ ପୁଦିନା ପତ୍ରକୁ ବାଟିକି ଏହାର ରସକୁ ଘରର କବାଟ ଏବଂ ଝରକାରେ ଲଗାଇ ଦିଅନ୍ତୁ । ଦେଖିବେ ଏହିପରି କରିବା ଦ୍ବାରା ଘରକୁ ମୂଷାମାନେ ଆଉ ଆସିବେନାହିଁ ।

ତେଜ ପତ୍ର

teja patraଖାଇବାର ସ୍ବାଦ ବଢାଇବାରେ ତେଜ ପତ୍ର ର ଭୂମିକା ବହୁତ ରଖିଥିବାବେଳେ ମୂଷା ମାନଙ୍କର ଏହି ପତ୍ରର ବାସ୍ନା ହେଉଛି ଶତ୍ରୁ । ଏହାର ବାସ୍ନା ଦ୍ବାରା ମୂଷା ମାନେ ଉକ୍ତ ସ୍ଥାନ ଛାଡି ପଳାଇଥାନ୍ତି ।

ପେଚା ପର

owlମୂଷାମାନଙ୍କୁ ଘରଠାରୁ ଦୂରକୁ ପଠାଇବା ପାଇଁ ପେଚାର ପର ବହୁତ ପ୍ରଭାବ ପକାଇଥାଏ । ପେଚାର ପରକୁ ଦେଖିବା ମାତ୍ରେ ବହୁତ ଡରି ଯାଇଥାନ୍ତି ମୂଷାମାନେ ।

Leave A Reply

Your email address will not be published.