Below header

ଜିଓ ଫୋନରେ ଆସିଗଲା WhatsApp, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ଯଦି ଆପଣ ଜିଓ ଫୋନର ସେହି ଗ୍ରାହକ ମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କୁ ହ୍ବାଟ୍ସଆପର ଅପେକ୍ଷା ଥିଲା ତେବେ ଆପଣଙ୍କ ପାଇଁ ଖୁସିଖବର । କାରଣ ଆପଣଙ୍କ ଅପେକ୍ଷାର ହେଲା ଅନ୍ତ । ଜିଓ ଫୋନରେ ଆସିଲା ହ୍ବାଟ୍ସଆପ୍ । ଏବେ ଆପଣ ୧୫୦୦ ଟଙ୍କିଆ ଜିଓ ଫୋନ୍ ଏବଂ ନୂଆ ଜିଓ ଫୋନ ୨ରେ ହ୍ବାଟ୍ସଆପ୍ ଚଳାଇପାରିବେ । ଏନେଇ ହ୍ବାଟ୍ସଆପ୍ ନିଜେ ବ୍ଲଗରେ ସୂଚନା ଦେଇଛି । ଏବେ ଆସନ୍ତୁ ଜାଣିବା କେମିତି ଡାଉନଲୋଡ୍ କରିବେ ହ୍ବାଟ୍ସଆପ୍ ।

ପ୍ରଥମେ ନିଜ ଜିଓ ଫୋନ୍ ପ୍ଲାନ୍ ଚେକ୍ କରନ୍ତୁ । ଯଦି ପ୍ଲାନ୍ ଶେଷ ହୋଇଯାଇଛି କିମ୍ବା ଇଣ୍ଟରନେଟ୍ ଚାଲୁନାହିଁ ତେବେ ରିଚାର୍ଜ କରନ୍ତୁ । କାରଣ ହ୍ବାଟ୍ସଆପ୍ ଡାଉନଲୋଡ୍ ପାଇଁ ନେଟ୍ ଥିବା ନିହାତି ଜରୁରୀ । ଯଦି ପ୍ୟାକ୍ ଆକ୍ଟିଭ୍ ଅଛି ତେବେ ଫୋନରେ ଇଣ୍ଟରନେଟ୍ ଅନ୍ କରନ୍ତୁ ।

ଏହା ସହ ପଢନ୍ତୁ ଓଃ !! ଏଥିପାଇଁ ତାହାଲେ ମିଳିନଥାଏ ଚୋରି ସ୍ମାର୍ଟଫୋନ୍ ….

jioଏବେ ଫୋନରେ ଜିଓ ଷ୍ଟୋର୍ ଆପ୍ ଖୋଲନ୍ତୁ । ଏବେ ଫେସବୁକ୍ , ୟୁଟ୍ୟୁବ୍ ସହ ହ୍ବାଟ୍ସଆପ୍ ଦେଖିପାରିବେ । ଏହା ସହ ଡାଉନଲୋଡ୍ ବିକଳ୍ପ ମଧ୍ୟ ଆସିବ ।ଏବେ ଡାଉନଲୋଡ୍ ଉପରେ କ୍ଲିକ୍ କରନ୍ତୁ । ଡାଉନଲୋଡ୍ ହେବା ପରେ ମୋବାଇଲ୍ ନମ୍ବର ଦେଇ ହ୍ବାଟ୍ସଆପ୍ ଆକ୍ଟିଭ୍ କରନ୍ତୁ । ଏବେ ସହଜରେ ଆପଣଙ୍କ ୧୫୦୦ ଟଙ୍କିଆ ଜିଓ ଫୋନରେ ହ୍ବାଟ୍ସଆପ୍ ଚାଲୁ କରିପାରିବେ । ଉଭୟ ଜିଓ ଫୋନ୍ ଏବଂ ଜିଓ ଫୋନ୍ ୨ ରେ ହ୍ବାଟ୍ସଆପ୍ ଡାଉନଲୋଡ୍ କରିପାରିବେ ।

ଏହା ସହ ପଢନ୍ତୁ ଅସଲି ନାଁରେ ବିକ୍ରି ହେଉଛି ନକଲି ଚାର୍ଜର, ଯଦି ଧୋକା ଖାଇବା ପାଇଁ ଚାହୁଁ ନାହାନ୍ତି ତ ପଢ଼ନ୍ତୁ ଏହି ଖବର

ଅନ୍ଯପଟେ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିକଟରେ ଏହାର ଦୁଇ ବର୍ଷ ପୂରା କରିଛି। କମ୍ପାନି ଦୁଇ ବର୍ଷ ପୂର୍ବେ ସେପ୍ଟେମ୍ବର ୫ ତାରିଖରେ ଲଞ୍ଚ ହୋଇଥିବା ବେଳେ ଏହା ଟେଲିକମ୍ ଜଗତରେ ଏକ ନୂଆ ପରିବର୍ତ୍ତନ ଆଣିଥିଲା। ଜିଓ ସହିତ କଲିଂ ରେଟ ଯାହା ପ୍ରଥମେ ପ୍ରତି ମିନିଟ ଏବଂ ପ୍ରତି ସେକେଣ୍ଡ ହିସାବରେ ରହୁଥିଲା ତାହା ସଂପୂର୍ଣ୍ଣ ମାଗଣା ହୋଇଗଲା। ଖାଲି ତାହା ନୁହଁ ଜିଓ ଏହାର ଦୁଇ ବର୍ଷ ମଧ୍ୟରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ଆଣିଛି।

jio ନିକଟରେ ଜିଓ ଦୁଇ ବର୍ଷ ପୂରଣରେ ଏହାର ପ୍ରିପେଡ଼ ଗ୍ରାହକଙ୍କ ପାଇଁ ମାଗଣା ୧୦ ଜିବି ଡ଼ାଟାର ଅଫର ଆଣିଛି। ଜିଓ ସେଲିବେସନ ପ୍ଯାକ୍ ଭାବେ ଏହି ଅଫରକୁ ଲଞ୍ଚ କରାଯାଇଛି। ଏହି ଅଫର ଅନୁଯାୟୀ ଗ୍ରାହକ ଆଜିଠାରୁ ଦୈନିକ ମାଗଣା ୨ଜିବି ଡ଼ାଟା ପାଇପାରିବେ। ଏହି ପ୍ଲାନର ବୈଧତା ଆଜି ଶେଷ ହେଉଛି ।  ତେବେ ଗ୍ରାହକଙ୍କ ହିସାବରେ ଏହି ଡ଼ାଟା ପ୍ଲାନ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ରହିବ।

ଏପରି କରନ୍ତୁ ମାଗଣା ଡ଼ାଟାର ବ୍ଯବହାର :

ଜିଓର ମାଗଣା ଡ଼ାଟା ଅଫର ଚେକ୍ କରିବା ପାଇଁ ଗ୍ରାହକ ନିଜ ମୋବାଇଲରେ ମାଇ ଜିଓ ଆପକୁ ଡ଼ାଉନଲୋଡ଼ କରନ୍ତୁ। ଏଥିରେ ଲଗଇନ୍ କରନ୍ତୁ ଏବଂ ମାଇ ପ୍ଲାନକୁ ଯାଆନ୍ତୁ। ଏହାପରେ ଆପଣଙ୍କୁ ଜିଓ ମେଲିବ୍ରେସନ ପ୍ଯାକ୍ ଦେଖାଯିବ। ଏଠରେ ଗ୍ରାହକଙ୍କ ପ୍ଲାନର ଏକ୍ସପାରିଡ଼େଟ ତାରିଖ ସହ ୨ଜିବି ମାଗଣା ଡ଼ାଟା ବିଷୟରେ  ସୂଚନା ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.