Below header

ଦେହ ହାତରେ ଧଳା ଧଳା ଦାଗ ହୋଇଥିଲେ ଆଦୌ ଟେନ୍‌ସନ୍‌ ନିଅନ୍ତୁନି, ଏହି ଉପାୟରେ ଦୂର କରନ୍ତୁ ଛଉ ଦାଗ

ଛଉ ଏକ ଏଭଳି ରୋଗ ଯାହା ଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥାଏ। ଛଉ ହୋଇଥିବା ବ୍ୟକ୍ତିଙ୍କ ଶରୀରର କେତେକ ସ୍ଥାନରେ ତ୍ୱଚାର ରଙ୍ଗ ଧଳା ହୋଇଯାଇଥାଏ। ଫଳରେ ବାକି ଅଂଶ ଅପେକ୍ଷା ଏହା ଅଲଗା ଦିଶେ। ଏହାର ଏଲୋପ୍ୟାଥିକ ଚିକିତ୍ସା ମଧ୍ୟ ସମ୍ଭବ। କିନ୍ତୁ ତାହାର ସାଇଡ୍‌ ଇଫେକ୍ଟ ରହିଛି। ତେବେ ଆମେ ଆଜି ଆପଣଙ୍କୁ କେତେକ ଏଭଳି ଘରୋଇ ଉପଚାର କହିବୁ ଯାହାକୁ ବ୍ୟବହାର କରି ଆପଣ ଛଉରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ…

Vitiligo

 

-ଶରୀରର ସମସ୍ତ ଇନ୍‌ଫେକସନ୍‌ ଦୂର କରିବାରେ ନିମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନିମ ପତ୍ରକୁ ଭଲ ଭାବେ ବାଟି ଏହାକୁ ଦହି ସହ ମିଶାଇ ଛଉ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ଏହାକୁ ଧୋଇ ଦିଅନ୍ତୁ। ଏଭଳି କିଛି ଦିନ କରିବା ପରେ ଛଉ ସମସ୍ୟାରୁ ମୁକ୍ତି ମିଳିବ।

-ଛଉ ହୋଇଥିବା ସ୍ଥାନରେ ଆପଣ ନିମ ତେଲ ବି ଲଗାଇପାରିବେ।

Fresh Natural Neem Tree Leaves Stock Footage Video (100% Royalty ...

-ନିମକୁ ଜୁସ୍‌ ଭଳି ପିଇବା ଦ୍ୱାରା ମଧ୍ୟ ଛଉ ଭଲ ହୋଇଯାଏ।

-ଛଉ ହୋଇଥିବା ଜାଗାରେ ଆପଣ ନଡ଼ିଆ ତେଲ ବି ଲଗାଇପାରିବେ। ନଡ଼ିଆ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍‌ଫେକସନ୍‌ ଗୁଣ ରହିଛି, ଯାହା ଛଉ ସମସ୍ୟାକୁ ଦୂର କରେ।

-ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖନ୍ତୁ। ସକାଳୁ ଉଠି ଏହି ପାଣି ପିଅନ୍ତୁ। ଛଉ ଦୂର ହେବ।

This why you should drink water from copper vessel

-ସୋରିଷ ତେଲରେ ହଳଦୀ ଗୁଣ୍ଡ ମିଶାଇ ଲେପ ପ୍ରସ୍ତୁତ କରି ଛଉ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପରେ ଫାଇଦା ଦେଖିପାରିବେ।

-ଲାଲ ମାଟିକୁ ଅଦା ରସ ସହ ମିଶାଇ ଛଉ ହୋଇଥିବା ସ୍ଥାନରେ ଲଗାଇଲେ ମଧ୍ୟ ଛଉ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.