Below header

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ରକ୍ଷା ନାହିଁ, ସୋମବାର ପୁଣିଥରେ ପଚରାଉଚରା ପାଇଁ ଆସିବାକୁ ସମନ ପଠାଇଲା ଇଡି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ସମସ୍ତଙ୍କ ନଜର ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ରିୟା ଏବେ ଆଇନ୍‌ ଜାଲରେ ଫସିଯାଇଛନ୍ତି। ଅଭିନେତ୍ରୀ ଓ ତାଙ୍କ ପରିବାର ନାଁରେ ମନି ଲଣ୍ଡ୍ରିଂ କେସ୍‌ ରୁଜୁ ହୋଇଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପଚରାଉଚରା ଜାରି ରଖିଛି। ଶୁକ୍ରବାର ପ୍ରାୟ ୮ ଘଣ୍ଟା ଧରି ରିୟାଙ୍କୁ ଜେରା କରାଯାଇଥିଲା। ତେବେ ବର୍ତ୍ତମାନ ପୁଣିଥରେ ଇଡି ରିୟାଙ୍କୁ ସମନ ପଠାଇଛି। ସୋମବାର ପୁନର୍ବାର ଇଡି ରିୟାଙ୍କୁ ଏହି ମାମଲାରେ ପଚରାଉଚରା କରିବ। ଶନିବାର ରିୟାଙ୍କ ଭାଇଙ୍କୁ ପଚରାଉଚରା କରାଯାଇଥିଲା। ପ୍ରାୟ ୧୮ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲା ଇଡି।

Rhea Chakraborty quizzed for 9 hrs by ED; Summoned again on ...

ରିପୋର୍ଟ ମୁତାବକ ଶୁକ୍ରବାର ଇଡି ସହ ହୋଇଥିବା ପଚରାଉଚରା ବେଳେ ରିୟା ଠିକ୍‌ ଭାବେ ଉତ୍ତର ଦେଇନଥିଲେ। ଏଥିସହ କୌଣସି ଖର୍ଚ୍ଚ ଉପରେ ନିଜ ପକ୍ଷ ରଖିବାକୁ ସକ୍ଷମ ହୋଇନଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଟଙ୍କା କେଉଁଠୁ ଆସିଲା ସେ ନେଇ ଉତ୍ତର ଦେଇପାରିନଥିଲେ ରିୟା। ସୁଶାନ୍ତଙ୍କ ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ବିଷୟରେ ମଧ୍ୟ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏଣୁ ପୁଣି ଥରେ ପଚରାଉଚରା କରିବାକୁ ଇଡି ସୋମବାର ଦିନ ରିୟାଙ୍କୁ ଡାକିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.