କରୋନାକୁ ହରାଇଲେ ଗୃହ ମନ୍ତ୍ରୀ ଅମିତ ଶାହା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ବିଜେପି ସାଂସଦ ମନୋଜ ତିଓ୍ଵାରୀ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ ଅମିତ୍ ଶାହାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ତା’ପରଠୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଖୁବ୍ଶୀଘ୍ର ତାଙ୍କୁ ମେଡିକାଲରୁ ଛୁଟି ମିଳିବ ବୋଲି ଆଶା କରାଯାଉଛି।
Home Minister Amit Shah tests negative for #COVID19, announces BJP MP Manoj Tiwari in a tweet. pic.twitter.com/4RYqe3GgmN
— ANI (@ANI) August 9, 2020
ଅମିତ ଶାହାଙ୍କ ସ୍ୱାସ୍ଥାବସ୍ଥା ଠିକ୍ ଥିଲେ ବି କାଳେ କିଛି ଅସୁବିଧା ହେବ ଆଶଙ୍କାରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଏମ୍ସର ଏକ ଟିମ୍ ତାଙ୍କ ଦେଖାଶୁଣା କରୁଥିଲେ। ହସ୍ପିଟାଲରେ ଥିଲେ ମଧ୍ୟ ଅମିତ ଶାହା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ଥିଲେ। ହସ୍ପିଟାଲରେ ବି ସେ କୋଭିଡ୍ ସ୍ଥିତିକୁ ମନିଟର କରୁଥିଲେ।