Below header

ଏକଦମ ଘରୋଇ ଉପାୟରେ ଦୂର କରନ୍ତୁ ପିଠି ଦରଜ, ପକେଟରୁ ଖର୍ଚ୍ଚ ହେବନି ଗୋଟିଏ ଟଙ୍କା

ଅତ୍ୟଧିକ ଚାପ, ଭୁଲ ଜୀବନ ଶୈଳୀ କାରଣରୁ ୪୦ ବର୍ଷ ପରେ ସାଧାରଣତଃ ଗଣ୍ଠି ବିନ୍ଧା ରୋଗ ଆରମ୍ଭ ହୋଇଥାଏ । ଅନେକ ସମୟରେ ଆମେ ଏହାକୁ ଏକ ଅତି ସାଧାରଣ ସମସ୍ୟା କହି ନଜର ଅନ୍ଦାଜ କରିଦେଉ । କିନ୍ତୁ କେବେ କେବେ ଏହି ଦରଜ ବଡ ଆକାର ଧାରଣ କରେ । ଆଜି ଆମେ ଆପଣଙ୍କୁ ପିଠି ଦରଜ ଦୂର କରିବାକୁ ନେଇ କିଛି ଘରୋଇ ଟିପ୍ସ କହିବାକୁ ଯାଉଛୁ । ଯାହାକୁ ବ୍ୟବହାର କଲେ ଆପଣ ବର୍ଷ ବର୍ଷର ଏହି ଦରଜକୁ ଆରାମରେ ଦୂର କରିପାରିବେ ।

ପିଠି ଦରଜର କାରଣ:

– କାନ୍ଧ ସନ୍ଧିରେ ଗଣ୍ଠି ପଡିଯିବା

– କାନ୍ଧରୁ ହାଡ ବାହାରି ଆସିଲେ

– କାନ୍ଧରେ ସୁଜନ ବା ଦାଗ ପଡିଯିବା

– କାନ୍ଧ ଜଏଣ୍ଟରେ ଦୂରତା ଆସିବା

ଏହି ଦରଜ ଦୂର କରିବାକୁ କଣ କରିବେ:

shoulder pain

ଆଇସ ଆଣ୍ଡ ହିଟ କଂପରେସ:

ଅତି କମରେ ଆଇସ ପ୍ୟାକକୁ ଗୋଟେ ମିନିଟ ପାଇଁ ଦରଜ ହେଉଥିବା ସ୍ଥାନରେ ରଖିଦିଅନ୍ତୁ । ଏହା ପରେ ଏହାକୁ ପୋଛି ଦିଅନ୍ତୁ । ଏହାର ୫ ମିନିଟ ପରେ ହଟ ପ୍ୟାଡ଼ ରଖି ଦରଜ ହେଉଥିବା ସ୍ଥାନକୁ ସେକି ଦିଅନ୍ତୁ । ହଟ କମ୍ପ୍ରେସ ଉପଯୋଗ କରିବା ପରେ କୋଲ୍ଡ କମ୍ପ୍ରେସର ଉପଯୋଗ କରନ୍ତୁ । ଗୋଟେ ଗୋଟେ ମିନିଟ ବ୍ୟବଧାନରେ ୨୦ ମିନିଟ ପର୍ଯ୍ୟନ୍ତ କୋଲ୍ଡ କଂପରେସ କରନ୍ତୁ । ଏମିତି କରିବା ଦ୍ୱାରା ମାଂସପେଶୀ ଦରଜରୁ ଆରମ୍ଭ ମିଳିବ ।

ଆପ୍ସ ସ୍ଲଟ ବାଥ:

ଟବକୁ ପାଣିରେ ଭାରି ଦିଅନ୍ତୁ । ଆପ୍ସ ସ୍ଲଟକୁ ମ୍ୟାଗନେସିୟମ ସଲଫେଟ ବି କୁହାଯାଏ । ଏହା ପରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଆରାମ କରିନିଅନ୍ତୁ । ସପ୍ତାହକୁ ଅତି କମରେ ଥରେ ଏମିତି ନିଅନ୍ତୁ । ଯଦି ଚାହିଁବେ ତେବେ ପାଣିରେ ଲୁଣ ବ୍ୟବହାର କରିପାରିବେ ।

ସ୍ଟ୍ରେଚିଙ୍ଗ:

କାନ୍ଧ ଦରଜ ଦୂର କରିବା ପାଇଁ ଆପଣ ସ୍ଟ୍ରେଚିଙ୍ଗ ବ୍ୟାୟାମ କରିପାରିବେ । ଅଫିସରେ କାମ କରିବା ସମୟରେ ବି ଆପଣ ଏହି ଏକ୍ସରସାଇଜ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.