Below header

ଆଜି ଘରେ ପ୍ରସ୍ତୁତ କରନ୍ତୁ ସୁଜି ଚକୁଳି, ଟେଷ୍ଟରେ ଏକଦମ୍ ଜବରଦସ୍ତ

ଆପଣ ବିରି, ଅଟା ଚକୁଳି ପୂର୍ବରୁ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ‘ସୁଜି ଚକୁଳି’ ବିଷୟରେ ଜଣାଇବୁ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର ମଧ୍ୟ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ସୁଜି
  • ଆଳୁ
  • ପିଆଜ
  • ରିଫାଇନ୍
  • ତେଲ
  • ଲୁଣ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ ଛୋଟ ଖଣ୍ଡରେ କାଟିଦିଅନ୍ତୁ। ପିଆଜକୁ ମଧ୍ୟ ଛୋଟ ଛୋଟ କରି କାଟନ୍ତୁ। କଟା ଆଳୁ ଓ କଟା ପିଆଜକୁ ଭଲ କରି ମିଶାଇ ଦେଇ ଏଥିରେ ସୁଜି ଆଉ ପାଣି ଦେଇ ଗୋଳାନ୍ତୁ।

ଏବେ ଗ୍ୟାସ୍‌ରେ ପ୍ୟାନ୍ ବସାଇ ଗରମ କରନ୍ତୁ। ପ୍ୟାନ୍ ଗରମ ହେଲା ପରେ ସେଥିରେ ରିଫାଇନ୍ ତେଲ ଲଗାଇ ଦିଅନ୍ତୁ। ଗୋଳେଇ ରଖିଥିବା ସୁଜିକୁ ପକାଇ ପିଠା ଭଳି ବୁଲାଇ ଦିଅନ୍ତୁ। ଧୀମା ଆଞ୍ଚରେ ଏହାକୁ ପ୍ରସ୍ତୁତ କରି କିଛି ସମୟ ଘୋଡାଇ ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସୁଜି ଚକୁଳି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.