Below header

କେଉଁ ରାଶିର ବ୍ୟକ୍ତି ଆଜି କିଭଳି ଶିବ ଅଭିଷେକ କରିବା ଉଚିତ, ଜାଣନ୍ତୁ

ଆଜି ଶିବରାତ୍ରୀରେ କେଉଁ ରାଶିର ବ୍ୟକ୍ତି କିଭଳି ଭାବେ ଦେବ ଦେବ ମହାଦେବଙ୍କର ଆରାଧନା କଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା ।
ମେଷ-ମହୁ ଓ ଆଖୁ ରସରେ ମହାଦେବଙ୍କ ଅଭିଷେକ କରନ୍ତୁ ।
ବୃଷ –କଞ୍ଚା କ୍ଷୀର ଏବଂ ଦହିରେ ଶିବ ଲିଙ୍ଗର ଅଭିଷେକ କରନ୍ତୁ ।
ମିଥୁନ-ଫଳ ରସରେ ମହାଦେବଙ୍କ ଅଭିଷେକ କରନ୍ତୁ ଓ ଏହା ପରେ ଲାଲ ଫୁଲ ଅର୍ପଣ କରନ୍ତୁ ।
କର୍କଟ-କଞ୍ଚାକ୍ଷୀର ଏବଂ ଲହୁଣୀରେ ଶିବ ଅଭିଷେକ କରନ୍ତୁ ।
ସିଂହ-ମହୁ ଓ ଗୁଡ଼ରେ ଭୋଳାନାଥଙ୍କର ଅଭିଷେକ କରନ୍ତୁ ।
କନ୍ୟା-ଗଙ୍ଗାଜଳ କିମ୍ବା କୌଣସି ପବିତ୍ର ନଦୀ ଜଳରେ ମହାପ୍ରଭୁଙ୍କ ଅଭିଷେକ କରନ୍ତୁ ।

ତୁଳା-ଦୁଦୁରା ବା ଧତୁରା, କ୍ଷୀର, ଦହି ଏବଂ ଆଖୁ ରସରେ ଅଭିଷେକ କରନ୍ତୁ ।
ବିଛା-ମହୁରେ ଅଭିଷେକ କରିବା ପରେ ଶିବଲିଙ୍ଗରେ ଲାଲ ଫୁଲ ଅର୍ପଣ କରନ୍ତୁ ।
ଧନୁ-ଦେଶୀ ଘିଅ ଏବଂ ହଳଦିଆ ଫୁଲ ସହ ଲାଲ ଚନ୍ଦନ ଦେଇ ମହାଦେବଙ୍କ ଅଭିଷେକ କରନ୍ତୁ ।
ମକର-ରାଶି ତେଲ ଓ ସୋରିଷ ତେଲରେ ଶିବଙ୍କ ଅଭିଷେକ କରନ୍ତୁ ।
କୁମ୍ଭ-କଞ୍ଚା କ୍ଷୀର ଓ ଦହିରେ ଅଭିଷେକ କରିବା ପରେ ଶିବଲିଙ୍ଗରେ ଅପରାଜିତା ଭଳି ନୀଳ ରଙ୍ଗଙ୍କର ଫୁଲ ଚଢ଼ାନ୍ତୁ ।
ମୀନ-ଆଖୁରସ, ମହୁ ଓ ବାଦାମ ମିଶାଇ ପ୍ରଭୁ ମହାଦେବଙ୍କ ଅଭିଷେକ କରନ୍ତୁ ।
ଅଭିଷେକ ପରେ ପ୍ରତ୍ୟେକ ରାଶିର ବ୍ୟକ୍ତି ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.