ଆମେରିକା ଆଲାବାମାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୩ ଜଣଙ୍କ ମୃତ୍ୟୁ ; ଦେଖନ୍ତୁ ଭିଡିଓ

ନ୍ୟୁୟର୍କ : ଘୂର୍ଣ୍ଣିଝଡ଼ ନେଲା ୨୩ରୁ ଅଧିକ ଜୀବନ । ଆମେରିକାର ଆଲାବାମା ଠାରେ ଗତକାଲି ଏହି ଭୟଙ୍କର ଘୂର୍ଣ୍ଣିବାତ୍ୟା ଘଟି ହଜାର ହଜାର ଘରଦ୍ୱାର ନଷ୍ଟ ହେବା ସହିତ ଜୀବନ ହାନି କରିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ଆଲାବାମର ଦକ୍ଷିଣ-ପୂର୍ବ ଭାଗ ଏହା ଦ୍ୱାରା ପ୍ରଭାବିତ ହୋଇଛି ।

TARNADO-3
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଗତକାଲି ବାତ୍ୟା ପରେ ରାତି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଭୟଙ୍କର ଘୂର୍ଣ୍ଣିଝଡ଼ରେ ବହୁ ଲୋକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ସଠିକ୍‌ କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ ।

ଦେଖନ୍ତୁ ସେହି ଘୂର୍ଣ୍ଣିଝଡ଼ର ଭିଡିଓ….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.