ଥରେ ଏପରି ବନାନ୍ତୁ ହବିଷ ଡାଲମା, ପାଟିରୁ ଛାଡିବନି ସ୍ୱାଦ

ଡାଲମା ଏକ ପାରମ୍ପରିକ ଓଡିଆ ଖାଦ୍ୟ। ପ୍ରାୟ ସମସ୍ତଙ୍କୁ ଡାଲମା ପସନ୍ଦ। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ବନାଇବା ବି ବହୁତ ସହଜ ଆଉ କମ୍ ସମୟ। କାର୍ତ୍ତିକ ମାସରେ ସ୍ୱତନ୍ତ୍ର ଭାବେ ଏହି ହବିଷ ଡାଲମାକୁ ପ୍ରସ୍ତୁତ କରାଯାଏ। ଏଥିରେ ଡାଲିକୁ ପରିବା ସହିତ ସିଝାଯାଇ ତାହାକୁ ଜିରା, ଫୁଟଣ, ଭୃଷଙ୍ଗ ପତ୍ର, ବିଲାତି, ପିଆଜ, ରସୁଣ, ଅଦା ଇତ୍ୟାଦିକୁ ପକାଇ ଛୁଙ୍କ ଦିଆଯାଏ।
ଆବଶ୍ୟକ ସାମଗ୍ରୀ
ଡାଲି :ମୁଗ, ହରଡ, କୋଳଥ, ମସୁର
ପରିବା : ଜହ୍ନି, ବାଇଗଣ, ଆଳୁ, କଞ୍ଚା କଦଳୀ, କଖାରୁ, ମାଟି ଆଳୁ, ସଜନା ଛୁଇଁ, ଅଉ, ସାରୁ, ସୁଖିଲା ଲଙ୍କା, ଗୋଟା ଜିରା, ନଡିଆ କୋରା, ଫୁଟଣ, ୩ ରୁ ୪ ଚାମଚ ଦେଶୀ ଘିଅ , ପାଣି ଆବଶ୍ୟକ ଅନୁସାରେ ଏବଂ ଲୁଣ ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
ଡାଲିକୁ ପରିବା, ଲୁଣ ଏବଂ ଅଳ୍ପ ହଳଦୀଗୁଣ୍ଡ ଦେଇ ସିଝାଇ ଦିଅନ୍ତୁ । ତାପରେ ତେଲ ନଚେତ ଘିଅରେ ପଞ୍ଚଫୁଟଣ, ପିଆଜ, ରସୁଣ, ଅଦା, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ଏହା ତିଆରି କରାଯାଏ। ଦୁଇ ପ୍ରକାରରେ ଡାଲମା ରନ୍ଧା ଯାଇ ପାରେ । ଏକ ପ୍ରଣାଳୀରେ ପ୍ରଥମେ ପରିବାକୁ ଅଳ୍ପ ତେଲରେ ଭାଜି ତାହା ପରେ ଡାଲି ପକାଇ ସିଝାଯାଏ । ଅନ୍ୟ ପ୍ରଣାଳୀରେ ପରିବା ଓ ଡାଲିକୁ ଏକା ସାଙ୍ଗରେ ସିଝାଯାଏ । ତେବେ ଯଦି ଡାଲମାରେ ନଡିଆ କୋରା ପକେଇ ରାନ୍ଧିଲେ ଏହାକୁ ଲୋକେ ବାଡିଆ ଡାଲମା ବୋଲି କୁହନ୍ତି ।
ପ୍ରଥମେ ଆପଣ ଆବଶ୍ୟକ ପରିମାଣର ପାଣି ଗରମ କରନ୍ତୁ। ପାଣି ଫୁଟିଯିବା ଆରମ୍ଭ କଲେ ପାଣିରେ ମୁଗ ଡାଲି ପକାଇ ଫୁଟାନ୍ତୁ। ଏହାକୁ ୧୫ ମିନିଟ୍ ଫୁଟାଇବା ପରେ କାଟି ରଖିଥିବା ଅନ୍ୟ ପରିବା ସବୁକୁ ପକାଇ ଦିଅନ୍ତୁ। ମିଡିୟମ ଫ୍ଲେମରେ ଏହାକୁ ୧୫ ରୁ ୨୦ ମିନିଟ୍ ପଯ୍ୟର୍ନ୍ତ ଫୁଟାନ୍ତୁ। ମନେ ରଖନ୍ତୁ ହବିଷ ଡାଲମାରେ ହଳଦିର ବ୍ୟବହାର ବିଲକୁଲ ବି କରାଯିବନାହିଁ। ଡାଲି ଏବଂ ପରିବା ଫୁଟିବା ଭିତରେ ଆପଣ ଏପଟେ ଜିରା ଏବଂ ଲଙ୍କାଗୁଣ୍ଡ ଭାଜି ଗୁଣ୍ଡ କରିଦିଅନ୍ତୁ। ପରିବା ଏବଂ ଡାଲି ସାମାନ୍ୟ ସିଝି ଗଲା ପରେ ଏଥିରେ କାଟି ରଖିଥିବା ଅଉ ପକାଇ ଗୋଳାନ୍ତୁ।
ଏହାପରେ ଅନ୍ୟ ଏକ ପ୍ୟାନରେ ଫୁଟଣ ଏବଂ ଶୁଖିଲା ଲଙ୍କାକୁ ଭାଜି ଦିଅନ୍ତୁ, ଫୁଟଣ ଫୁଟିଗଲା ପରେ ସେଥିରେ ଘିଅ ପକାନ୍ତୁ। ଏବେ ଏହି ଛୁଙ୍କକୁ ଡାଲିରେ ନେଇ ପକାନ୍ତୁ। ଏହାକୁ ପକାଇବା ତୁରନ୍ତ ପରେ ଢ଼ାଙ୍କୁଣୀ ଦେଇ ଦିଅନ୍ତୁ। ଗୋଟେ ମିନିଟ ପରେ ଢ଼ାଙ୍କୁଣୀ ଖୋଲି ଗୋଳାନ୍ତୁ। ଏହାପରେ ନଡିଆ କୋରା ପକାଇ ଚଲାନ୍ତୁ। ଏହାପରେ ଏଥିରେ ଭଜା ଜିରା ଲଙ୍କା ଗୁଣ୍ଡକୁ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ହବିଷ ଡାଲମା।