ନଭେମ୍ବର ମାସରେ ଏହି ୪ ରାଶିଙ୍କ ଉପରେ ପଡ଼ିପାରେ ମହାବିପତ୍ତି! ଜାଣନ୍ତୁ ଜ୍ୟୋତିଷୀୟ ଉପାୟ

ପ୍ରତ୍ୟେକ ବ୍ୟକ୍ତି ନିଜ ଆଗାମୀ ସମୟ ବିଷୟରେ ସଠିକ୍‌ କଥା ଜାଣିବାକୁ ଚାହିଁଥାଏ ଏବଂ ସେହି ଅନୁସାରେ ସେ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରେ। ତେବେ ଆପଣଙ୍କ ଭବିଷ୍ୟତ ଯେ ସବୁବେଳେ ଭଲ ରହିବ, ତାହା କହିବା ମୁସ୍କିଲ। ବରଂ ଆପଣଙ୍କୁ କିଛି ସମସ୍ୟାର ସାମ୍ନାକୁ ବି କରିବାକୁ ପଡ଼ିପାରେ। ଏମିତିରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି, ନଭେମ୍ବର ମାସ କେଉଁ ରାଶିର ଲୋକଙ୍କ ପାଇଁ ସମସ୍ୟା ଭରା ରହିବ, ତ ଆଜି ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତାର ରୂପେ କହିବୁ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କେଉଁ ଜ୍ୟୋତିଷ ଉପାୟ ଆପଣାଇବେ, ତାହା ମଧ୍ୟ ଜଣାଇବୁ।

ମେଷ ରାଶି: ଏହି ଲୋକମାନଙ୍କୁ ନଭେମ୍ବର ମାସରେ ଚାକିରି କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହି ମାସରେ ବରିଷ୍ଠଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ବି ଭୋଗିବାକୁ ପଡ଼ିପାରେ। ଖାଦ୍ୟପେୟର ଧ୍ୟାନ ରଖନ୍ତୁ ଏବଂ ବରିଷ୍ଠମାନଙ୍କ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରନ୍ତୁ।

ଉପାୟ: ମେଷ ରାଶିର ସ୍ୱାମୀ ଗ୍ରହ ହେଲେ ମଙ୍ଗଳ। ତେଣୁ ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଚଢ଼ାଇବେ, ତା’ ହେଲେ ଆପଣଙ୍କୁ ସମସ୍ତ ସମସ୍ୟାର ନିଦାନ ମିଳିବ। ହନୁମାନଙ୍କୁ ଶନିବାର ଦିନ ଗୁଡ଼ ଓ ଚଣାର ପ୍ରସାଦ ଚଢ଼ାନ୍ତୁ।

ବୃଷ ରାଶି: ନଭେମ୍ବର ମାସରେ ଏମାନଙ୍କୁ ଧନ ହାନିର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କ ପଇସା ବ୍ୟର୍ଥରେ ଖର୍ଚ୍ଚ ହେବାର ଯୋଗ ସୃଷ୍ଟି ହେବ। କୌଣସି ବଡ଼ ଜାଗାରେ ପଇସା ଲେଣଦେଣଠାରୁ ଦୂରେଇ ରୁହନ୍ତୁ।

ଉପାୟ: ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ କେସର ଓ ଚନ୍ଦନର ତିଳକ ମସ୍ତକ ଉପରେ ଲଗାନ୍ତୁ। ମନୋକାମନା ପୂରଣ ପାଇଁ ଅଶ୍ୱତ୍ଥ ପତ୍ରରେ ନିଜ ମନୋକାମନାକୁ ହଳଦୀରେ ଲେଖନ୍ତୁ ଏବଂ ଏହାକୁ ନଦୀରେ ବିସର୍ଜନ କରି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କୌଣସି ବି ବଡ଼ ସମସ୍ୟା ଦୂର ହୋଇଯିବ।

କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କୁ ଏହି ମାସରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ ଏମିତି କିଛି ସମସ୍ୟା ହୋଇପାରେ, ଯାହାକି ଆପଣଙ୍କ ଆଗାମୀ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଉପାୟ: ଆପଣଙ୍କ ସ୍ୱାମୀ ଗ୍ରହ ବୁଧ ହୋଇଥିବାରୁ ତାଙ୍କ ଆଶୀର୍ବାଦ ପାଇବା ପାଇଁ ବୁଧ ଗ୍ରହ ସହ ଜଡ଼ିତ ଉପାୟ କରିବାକୁ ପଡ଼ିବ। ଏଥିପାଇଁ ଗୋମାତାଙ୍କୁ ସବୁଜ ଚାରା କିମ୍ବା ସବୁଜ ପରିବା ଖୁଆନ୍ତୁ। ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ ସମୃଦ୍ଧି ଘଟିବ।

ତୁଳା ରାଶି: ତୁଳା ରାଶିର ଲୋକଙ୍କ ପାଇଁ ନଭେମ୍ବର ମାସ ସମସ୍ୟାରେ ଭରି ରହିବ। ଆପଣଙ୍କୁ ଆର୍ଥିକ ହାନି ହେବାର ଯୋଗ ରହିବ ଏବଂ ଅଯଥା ଖର୍ଚ୍ଚ ବଢ଼ିପାରେ।

ଉପାୟ: ଜୀବନରେ ସୁଖ, ସମୃଦ୍ଧି ପାଇବା ପାଇଁ ଏହି ରାଶିର ଲୋକଙ୍କୁ ପ୍ରତିଦିନ ମା’ ଲକ୍ଷ୍ମୀଙ୍କ ପାଖରେ ଦେଶୀ ଘିଅର ଦୀପ ଜାଳିବାକୁ ପଡ଼ିବ। ବୁଧବାର ଦିନ ଘରେ ମନି ପ୍ଲାଣ୍ଟର ଗଛ ଲଗାନ୍ତୁ।