ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଧମାଲ ମଚାଉଛିି ‘ପଠାନ’ର ଟିଜର, କିଙ୍ଗ୍‌ ଖାନଙ୍କ ପ୍ରଶଂସକଙ୍କ ଖୁସି କହିଲେ ନ ସରେ

ବଲିଉଡ ବାଦ୍‌ଶାହା ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଫଠାନ’ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି। ବହୁତ ସମୟ ପୂର୍ବରୁ ପ୍ରଶଂସକମାନେ ଏହାର ରିଲିଜ ଡେଟକୁ ଅପେକ୍ଷା କରିଥିବା ବେଳେ, ସୋସିଆଲ ମିଡିଆରେ ତାର ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବାପରେ ପ୍ରଶଂସକମାନଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡ୍‌ ସୁପରଷ୍ଟାର କିଙ୍ଗ୍‌ ଖାନ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ କରିଆସିଛନ୍ତି।

 

ଆଗକୁ ‘ଫଠାନ’ ବ୍ୟତୀତ ସାହାରୁଖ ‘ଜଓ୍ଵାନ’ ଏବଂ ‘ଡଙ୍କି’ ପରି ବଡ଼ ବଡ଼ ସିନେମାରେ ନଜର ଆସୁଛନ୍ତିି। ଏହି ଦୀପାବଳିରେ ‘ପଠାନ’ ର ଟିଜର ଏକ ଟ୍ଵିଟର ପେଜ୍‌ରେ ପୋଷ୍ଟ ହୋଇଛି। ଏହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି। କିନ୍ତୁ ପ୍ରକୃତରେ ଏହି ଟିଜରଟି ବାସ୍ତବିକ ଫିଲ୍ମର ନୁହେଁ। ଏହା ଫ୍ୟାନମାନଙ୍କ ଦ୍ୱାରା ପ୍ରସ୍ତୁତ ଟିଜର। ଏହା ସଂପୂର୍ଣ୍ଣ ଫେକ୍‌ ଟିଜର ବୋଲି ଜାଣିବା ପରେ ଦର୍ଶକମାନେ ନିରାଶ ହୋଇଛନ୍ତି।

ଏହି ଟିଜର ସତ ହୋଇନଥିଲେ ମଧ୍ୟ ଏହି ଦୀପାବଳିରେ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ଜଣେ ଫ୍ୟାନ୍‌ ଏହି ଟିଜରକୁ ଦୀପାବଳିରେ ଦର୍ଶକ ମାନଙ୍କୁ ଉପହାର ଦେଇଥିଲେ । ଖବର ଅନୁଯାୟୀ ‘ପଠାନ’ ଫିଲ୍ମ ଆଗାମୀ ବର୍ଷ ଜାନୁଆରୀ ୨୫ ୨୦୨୩ ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ। ତେବେ ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା
ପାଦୁକୋନ ଓ ଜନ୍ ଅବ୍ରାହମ୍ ମଧ୍ୟ ଅଭିନୟ କରିଛନ୍ତି।