Below header

ଆଖି ପାଇଁ ଚିନ୍ତିତ କି ? ତାହେଲେ ଖାଆନ୍ତୁ ଏହି ଖାଦ୍ୟ ଯାହାଦ୍ୱାରା ଆଖି ରହିବ ସମ୍ପୂର୍ଣ୍ଣ ସୁସ୍ଥ

ଆଜିକାଲି ଯାହାକୁ ଦେଖ ପ୍ରାୟତଃ ସମସ୍ତେ ଚଷମା ବ୍ୟବହାର କରୁଥିବା ନଜରକୁ ଆସିବେ । ବଦଳୁଥିବା ଜୀବନଶୈଳୀ ଏବଂ ଖାଇବା ପିଇବାରେ ଅନିୟମିତତା ଅଭାବରୁ ଶରୀରର ଅନେକ ଅଙ୍ଗ ଉପରେ ଏହା ଖରାପ ପ୍ରଭାବ ପଡିଥାଏ । ଏପରି ଜୀବନଶୈଳୀ ପାଇଁ କିଛି ପିଲାଙ୍କର କମ ବୟସରୁ ହିଁ ଆଖି ଉପରେ ଏହାର କୁପ୍ରଭାବ ପଡିଥାଏ । ତାହେଲେ ଆସନ୍ତୁ ଜାଣିବା କଣ ଖାଇବା ଦ୍ୱାରା ଆପଣଙ୍କ ଆଖି ରହିବ ସୁସ୍ଥ ଏବଂ ଆପଣ ଚଷମାଠୁ ରହିବେ ଦୂରରେ ।

Related image

ଅଁଳା ଓ ଖଟା ଜାତୀୟ ଖାଦ୍ୟ

ଯଦି ଆପଣ ପ୍ରତିଦିନ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଁଳା ଖାଇବେ ତାହେଲେ ଆପଣଙ୍କ ଆଖି ସୁସ୍ଥ ରହିବା ସହିତ ଆଖିର ଜ୍ୟୋତି ମଧ୍ୟ ବଢିଥାଏ । ଏହାକୁ ଆପଣ ଜୁସ ବନାଇ ମଧ୍ୟ ପିଇପାରିବେ । ତାସାହିତ ଏହାକୁ ମୁରବ୍ବା ଏବଂ ଚଟଣି ଭାବେ ମଧ୍ୟ ବ୍ୟବହାର କରିପାରନ୍ତି । ଖଟା ଜାତୀୟ ଫଳ ଯେପରିକି ମୌସମ୍ବି, ଲେମ୍ବୁ ଇତ୍ୟାଦିକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହାସହିତ ସାଗୁ, କଖାରୁ ମଞ୍ଜି, ମଖନ ଓ ଅମୃତଭଣ୍ଡା ପ୍ରତିଦିନ ସେବନ କରନ୍ତୁ ।

ଡ୍ରାଏ ଫ୍ରୁଟସ ଏବଂ କଞ୍ଚା ଫଳ

ଅଖରୋଟ, ବାଦାମ, ଗାଜର, କିସମିସ, ଆପ୍ରିକଟ, ମକା, ବାଦାମ, ଅମୃତଭଣ୍ଡା, କଦଳୀ, ଅନାର ଇତ୍ୟାଦିରେ ଆଣ୍ଟିଅକ୍ସିଡାଣ୍ଟ, ଓମେଗା -3 ଫ୍ୟାଟି ଏସିଡ ଏବଂ ଅନ୍ୟ ପୁଷ୍ଟିକର ତଥ୍ୟ ଆଖି ସହ ଜଡିତ ସମସ୍ତ ରୋଗକୁ ଦୂର କରି ଏହାକୁ ସୁସ୍ଥ ବନାଇ ଥାଏ । ପ୍ରତିଦିନ ସକାଳୁ କ୍ଷୀର ସହିତ 1/2ଟି କିସମିସ ଖାଇବା ଦ୍ୱାରା ମଧ୍ୟ ଏଥିରୁ ଅନେକ ଲାଭ ମିଳିଥାଏ ।

ଶାଗ

ଏହାସହ ପଢନ୍ତୁ ନିୟମିତ ରୂପେ କରୁଛନ୍ତି କି ବ୍ୟାୟାମ ତାହେଲେ କରନ୍ତୁ ନାହିଁ ଡାଏଟିଂ, ଶରୀରକୁ ହୋଇପାରେ ଏଭଳି କ୍ଷତି

ପାଳଙ୍ଗ, ମେଥି, ଧନିଆ, ବଥୁଆ, ଗାଜର, ଟମାଟୋ ଇତ୍ୟାଦିରେ ଥିବା ଆଇରନ କେରୋଟେନାଇଡ୍ସ ତତ୍ତ୍ୱ ଆଖିକୁ ସୁସ୍ଥ ରଖିଥାଏ । ଏବଂ ଏହା ଆଖିର ରେଟିନାକୁ ସୁସ୍ଥ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.