ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ବଢୁଛି ତୈଳ ଦର, ତୈଳ ଉତ୍ପାଦନ ବାଧାପ୍ରାପ୍ତ ଓ ଅଶୋଧିତ ତୈଳ ଦର ବୃଦ୍ଧି

ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ବଢୁଛି ତୈଳ ଦର। ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୨୦ ପ୍ରତିଶତ ବୃଦ୍ଧି ପାଇଛି ଦର। ପ୍ରତିଦିନ ୫.୭ ମିଲିୟନ ବ୍ୟାରେଲ ଉତ୍ପାଦିତ ହେଉଥିବା ବେଳେ ଡ୍ରୋନ୍‌ ଆକ୍ରମଣ ପରେ ଉତ୍ପାଦନ ପ୍ରାୟ ଅଧା ହୋଇ ଯାଇଛି। ତେଣୁ ଅଶୋଧିତ ତୈଳ ବଜାରର ଚାହିଦା ମେଣ୍ଟାଇ ପାରୁନି ଉତ୍ପାଦନ। ଭାରତ ବିଶ୍ୱର ତୃତୀୟ ବୃହତ ତୈଳ ଆମଦାନୀକାରୀ ରାଷ୍ଟ୍ର। ତେଣୁ ଭାରତ ଉପରେ ଏହାର ଅଧିକ ପ୍ରଭାବ ରହିବ । ଏଭଳି ସ୍ଥିତି ଲାଗି ରହିଲେ ଖୁଚୁରା ତୈଳ ଦର ବୃଦ୍ଧି ହେବ ବୋଲି ବିଭିନ୍ନ ତୈଳ କମ୍ପାନୀ କହିଛନ୍ତି । ଭାରତର ଅର୍ଥନୀତିକୁ ମଧ୍ୟ ଏହା ପ୍ରଭାବିତ କରିବା ଆଶଂକା ରହିଛି। ଅନ୍ୟପଟେ ନିକଟରେ ପରିସ୍ଥିତି ସୁଧୁରିବାର ସମ୍ଭାବନା ନାହିଁ। ତୈଳ ଯୋଗାଣ ସ୍ୱାଭାବିକ କରିବାକୁ ଆଉ କିଛି ସପ୍ତାହ ଲାଗିପାରେ ବୋଲି ସାଉଦି ଆରବ ପକ୍ଷରୁ କୁହାଯାଇଛି। ଗତ ଶନିବାର ସାଉଦିଆରବର ଦୁଇଟି ବଡ଼ ତୈଳ କୂପ ଉପରେ ୟେମେନ ବିଦ୍ରୋହୀମାନେ ଡ୍ରୋନ୍‌ ଆକ୍ରମଣ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.