Below header

ସିଓଲ୍‌ରେ ଏସିଆନ୍‌ ଏକ୍ସଲେଣ୍ଟ ଫିଲ୍ମ ପୁରସ୍କାର ପାଇବ କ୍ରାନ୍ତିଧାରା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଆ ଚଳଚ୍ଚିତ୍ରରେ ଏକ କ୍ରାନ୍ତି ଆଣିଥିବା ‘କ୍ରାନ୍ତିଧାରା’ ଚଳଚ୍ଚିତ୍ରକୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ । ଏସିଆର ସବୁଠାରୁ ଉତ୍କଷ୍ଟ ଚଳଚ୍ଚିତ୍ର ବିବେଚିତ ହୋଇଛି କ୍ରାନ୍ତିଧାରା । ଏସିଆନ୍‌ ଏକ୍ସଲେଣ୍ଟ ଫିଲ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ଏହି ଓଡ଼ିଆ ସିନେମା । ସିଓଲ ଇଣ୍ଟରନେସନାଲ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ କ୍ରାନ୍ତିଧାରାକୁ ପୁରସ୍କୃତ କରାଯିବ । ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ, କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା ଫିଲ୍ମ ଡ. ଇତି ସାମନ୍ତଙ୍କ ‘ଝଡ଼ ପରର ସୂର୍ଯ୍ୟ’ ଗଳ୍ପ ଉପରେ ଆଧାରିତ । ସିଓଲ ସ୍ଥିତ ଇଣ୍ଟରନେସନାଲ ଫେଡେରେସନ୍‌ ଅଫ୍‌ ଫିଲ୍ମ ଡେଭେଲପମେଣ୍ଟ ପକ୍ଷରୁ ଆସନ୍ତା ୨୧ ତାରିଖରେ ଏହି ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଯୋଗ ଦେଇ କ୍ରାନ୍ତିଧାରା ଚଳଚ୍ଚିତ୍ରର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପୁରସ୍କାର ଗ୍ରହଣ କରିବେ ।

KRANTIDHARA-1ଓଡ଼ିଆ ସିନେ ଜଗତର ଏକ ମାଇଲ୍‌ଖୁଣ୍ଟ ଭାବେ ପରିଚିତ ହେଉଥିବା କ୍ରାନ୍ତିଧାରାକୁ ସର୍ବଶ୍ରେଷ୍ଠ ସିନେମା, ଶ୍ରେଷ୍ଠ କାହାଣୀ ପାଇଁ ଡ. ଇତି ସାମନ୍ତ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗାର୍ଗି ମହାନ୍ତିଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ କ୍ରାନ୍ତିଧାରା ଦେଶ ବିଦେଶରେ ଅନେକ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.