ଆଠଗଡ଼: ତିଗିରିଆ ନିଜିଗଡ ଜଙ୍ଗଲରେ ବାଘ ଶିକାର ଅଭିଯୋଗ, ଚାରି ଦିନ ହେବ ଦଶ ବର୍ଷର ଏକ ମାଇ କଲରାପତରିଆ ବାଘ ମରିପଡିଛି
ଆଠଗଡ଼ ବନଖଣ୍ଡ ତିଗିରିଆ ନିଜିଗଡ ଜଙ୍ଗଲରେ ବାଘ ଶିକାର ଅଭିଯୋଗ । ଚାରି ଦିନ ହେଲା ଦଶ ବର୍ଷର ଏକ ମାଇ କଲରାପତରିଆ ବାଘ ମରିପଡିଥିଲା । ଗତକାଲି ରାତିରେ ବାଘର ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟ ମର୍ଟମ କରିଯିବା ପରେ ପୋତି ଦିଆଯାଇଛି । କିପରି ଓ କେଉଁ ପରିସ୍ଥିତିରେ ବାଘର ମୃତ୍ୟୁହେଲା ଓ ବନ ବିଭାଗ ଏହାକୁ ଜାଣିପାରିଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।