Below header

ନିଅନ୍ତୁ ଆମ୍ବର ମିଠା ମଜା, ଆଜି ଘରେ ବନାଇ ଖାଆନ୍ତୁ ଆମ୍ବ ସବଜି

ଗରମରେ ଆମ୍ବକୁ ବହୁତ ପସନ୍ଦ କରାଯାଏ। ଏବେ ମାର୍କେଟରେ ତ ଯୁଆଡେ ଦେଖିବ ଖାଲି ଆମ୍ବର ଆସର। କିନ୍ତୁ କଣ ଆପଣ କେବେ ଆମ୍ବ ତରକାରୀ ଖାଇଛନ୍ତି। ଯଦି ଜାଣିନାହାନ୍ତି ଆଜି ଆମେ ଆପଣଙ୍କୁ ଆମ୍ବର ମିଠା ତରକାରୀ ବନାଇବା ଶିଖାଇବୁ ଯାହା ରାଜସ୍ଥାନର ପସନ୍ଦର ଡିସ୍‌। ତେବେ ଆସନ୍ତୁ ଜାଣିବାକ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨ କପ୍‌ କଞ୍ଚା ଆମ୍ବ
-୨ ଟେବୁଲ ଚାମଚ ପଞ୍ଚ ଫୁଟଣ
-ତେଜପତ୍ର
-୧ ଟେମୁଲ ଚାମଚ ଲାଲ ଲଙ୍କା ପାଉଡର
-୧ ଟେବୁଲ ଚାମଚ ହଳଦି ପାଉଡର
-୧ କପ୍‌ ଗୁଡ
-ଚିମୁଟାଏ ହେଙ୍ଗୁ
-ଲୁଣ ସ୍ୱାଦାନୁସାରେ
-୧ କପ୍‌ ଟେବୁଲ ଚାମଚ ତେଲ
-ଏକ କପ୍‌ ପାଣି

ପ୍ରସ୍ତୁତି ପ୍ରଣାଳୀ

-ପ୍ୟାନରେ ତେଲ ଗରମ କରି ପଞ୍ଚଫୁଟଣ, ହେଙ୍ଗୁ ଏବଂ ତେଜପତ୍ର ପକାଇ ଛୁଙ୍କ ଲଗାନ୍ତୁ।
-କଞ୍ଚା ଆମ୍ବ, ଲୁଣ ଏବଂ ସମସ୍ତ ମସଲା ପାଉଡର ପକାଇ ୨-୩ ମିନିଟ ଭାଜି ଦିଅନ୍ତୁ।
-ଆବଶ୍ୟକ ଅନୁସାରେ ପାଣି ପକାଇ ଆମ୍ବକୁ ନରମ ହେବା ପଯ୍ୟର୍ନ୍ତ ରାନ୍ଧନ୍ତୁ।
-ଗୁଡ ଏବଂ ଆବଶ୍ୟକ ଅନୁସାରେ ପାଣି ପକାଇ ୪ ରୁ ୫ ମିନିଟ ପଯ୍ୟର୍ନ୍ତ ରାନ୍ଧନ୍ତୁ।
-ଏହା ହୋଇଗଲା ପରେ ଆଞ୍ଚରୁ ବାହାର କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.