ଚାଣକ୍ୟ ନୀତି: ଜୀବନରେ ଏହି ୩ଟି କାମ କରିବା ପୂର୍ବରୁ ଆଉ ଥରେ ଚିନ୍ତା କରନ୍ତୁ, କେବେ ବି ଆସିବନି ଦୁଃଖ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତ୍ୟେକ ଜିନିଷକୁ ଖୁବ୍‌ ଗଭୀରତାର ସହ ଅଧ୍ୟୟନ କରିଛନ୍ତି। ସେ ଏକାଧାରାରେ ଥିଲେ ଜଣେ ଶିକ୍ଷକ, କୁଶଳୀ ଅର୍ଥଶାସ୍ତ୍ରୀ ଓ ସମାଜଶାସ୍ତ୍ରୀ। ଏଣୁ ତାଙ୍କ ଚାଣକ୍ୟ ନୀତିରେ ସବୁ ସମସ୍ୟାର ସମାଧାନ ରହିଛି। ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିଙ୍କ ଜୀବନରେ କସମ, କଲମ ଓ କଦମ ଅର୍ଥାତ୍‌ ଶପଥ, ଲେଖିବା ପୂର୍ବରୁ ଓ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଉ ଥରେ ଚିନ୍ତା କରିବା ଉଚିତ। କାରଣ ଏହି ୩ଟି ଜିନିଷ ବ୍ୟକ୍ତିର ଜୀବନ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

କସମ ବା ଶପଥ ନେବା ପୂର୍ବରୁ:

ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିଙ୍କୁ ଶପଥ ନେବା ପୂର୍ବରୁ ବହୁତ ଚିନ୍ତା କରିବା ଉଚିତ। ଭାବନାରେ ବୁଡ଼ି କେବେ ବି କୌଣସି ଏଭଳି ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ପରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏଣୁ ସବୁ ବେଳେ କାହାକୁ କିଛି କଥା ଦେବା ପୂର୍ବରୁ ନିଜ ଆର୍ଥିକ ସ୍ଥିତି ଓ କ୍ଷମତାକୁ ଦୃଷ୍ଟିରେ ରଖନ୍ତୁ।

Chanakya Niti: Students who fail repeatedly will get immediate ...

କଲମ ଉଠାଇବା ପୂର୍ବରୁ:

ଅସ୍ତ୍ର ତୁଳନାରେ କଲମ ଅଧିକ ଶକ୍ତିଶାଳୀ। ଏଣୁ କଲମ ଉଠାଇବା ପୂର୍ବରୁ ବା କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଲେଖିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ଲେଖିବା ଉଚିତ। କାରଣ ଥରେ ଯାହା ଲେଖା ହୋଇଯାଏ ତାହା କାଳ କାଳକୁ ଜୀବିତ ରହିଥାଏ। କଲମର ଉଭୟ ଭଲ ଓ ଖରାପ କରିବା କ୍ଷମତା ରହିଛି। ଏଣୁ କିଛି ଲେଖିବା ପୂର୍ବରୁ ଭାବିବାକୁ ଚାଣକ୍ୟ କହିଛନ୍ତି।

इन बातों का नहीं रखेंगे ध्यान तो आप ...

କଦମ୍‌ ବା ନିର୍ଣ୍ଣୟ ନେବା ପୂର୍ବରୁ:

ଚାଣକ୍ୟଙ୍କ କହିବାନୁସାରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ବ୍ୟକ୍ତିଙ୍କୁ ଆଉ ଥରେ ଚିନ୍ତା କରିନେବା ଉଚିତ। କୌଣସି ନିଷ୍ପତ୍ତି ତରତର ହୋଇ ନିଅନ୍ତୁ ନାହିଁ। କାରଣ ଗୋଟିଏ ଭୁଲ ପଦକ୍ଷେପ ଜୀବନକୁ ବରବାଦ କରିବାକୁ ଯଥେଷ୍ଟ। ଏଣୁ ବର୍ତ୍ତମାନ ଓ ଭବିଷ୍ୟତର ସ୍ଥିତିକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.