ଶବ ସଂସ୍କାର କରି ଫେରିବା ବେଳେ ଏହି କାରଣରୁ ପଛକୁ ବୁଲିବାକୁ କରାଯାଇଛି ବାରଣ

ମୃତ୍ୟୁ ପରେ ମଧ୍ୟ ଆତ୍ମା ପରିବାର ସଦସ୍ୟ, ଘର, ପ୍ରିୟ ବସ୍ତୁର ମୋହ ଛାଡ଼ିଯାଇପାରେ ନାହିଁ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଫଳସ୍ୱରୂପ ସେମାନେ ପୃଥିବୀରେ ହିଁ ରହିଯାଆନ୍ତି। ଆପଣ ଶୁଣିଥିବେ ଯେ ଶବ ସଂସ୍କାର କରି ଫେରିବା ବେଳେ ଲୋକଙ୍କୁ ପଛକୁ ବୁଲିବାକୁ ମନା କରାଯାଏ। କିନ୍ତୁ ଏହା ପଛରେ କ’ଣ କାରଣ ରହିଛି ଆପଣ ଜାଣିଛନ୍ତି କି! ଆଜି ଆସନ୍ତୁ ଜାଣିବା ଶବ ଦାହ କରିସାରିବା ପରେ ଲୋକଙ୍କୁ ପଛକୁ ବୁଲିବାକୁ କାହିଁକି ମନା କରାଯାଏ…

ଶବଦାହ କରି ଫେରିବା ବେଳେ ପଛକୁ ବୁଲି ଦେଖିବା ଦ୍ୱାରା ଆତ୍ମା ପରିବାରର ମୋହ ଛାଡ଼ି ଯାଇପାରେନାହିଁ। ପଛକୁ ବୁଲି ଚାହିଁବା ଦ୍ୱାରା ଆତ୍ମା ବି ଅନୁଭବ କରିପାରେ ଯେ ପରିବାର ଏବେ ବି ତାକୁ ଚାହୁଁଛି। ଫଳରେ ସେମାନେ ମୋକ୍ଷ ପ୍ରାପ୍ତି କରିପାରିନଥାନ୍ତି। ଏଣୁ ପଛକୁ ବୁଲିବାକୁ ମନା କରାଯାଏ।

Hinduism Funeral of my Great Grand Father - YouTube

ଶବ ଜଳାଯିବା ବେଳେ ଏହା ମାଧ୍ୟମରେ ଆତ୍ମାକୁ ବୁଝାଯାଏ ଯେ ଏବେ ଏହି ସଂସାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏଠାରେ ତାଙ୍କ କାମ ସରିଯାଇଛି। ଏବେ ନା ଶରୀର ସହ ନା ପରିବାର ସହ ତାଙ୍କର କୌଣସି ସମ୍ପର୍କ ରହିଛି। ଏବେ ଆଉ ଏକ ଦୁନିଆକୁ ଯିବା ସମୟ ଆସିଛି। ଏଣୁ ସେ ଫେରିଯିବା ଉଚିତ।

Muslim Neighbours Carry Last Rites Of Hindu Man Whose Family ...

ସଂସାର ମାୟାକୁ ତ୍ୟାଗ କରିବା ସହଜ ନୁହେଁ। ଏହା ଦ୍ୱାରା ଆତ୍ମାକୁ ମୁକ୍ତି ମିଳିବାରେ ସମସ୍ୟା ଉପୁଜେ। ଏଭଳି ସ୍ଥିତିରେ ଯଦି କେହି ପ୍ରିୟଜନ ବା ପୁଅ ଶବ ଦାହ କରି ଫେରିବା ବେଳେ ପଛକୁ ମୁହଁ ବୁଲାଇ ଚାହେଁ, ତେବେ ଆତ୍ମା ତାଙ୍କୁ ଛାଡ଼ି ଯିବା ପରିବର୍ତ୍ତେ ଅଧିକ ନିକଟତର ହୋଇଥାଏ। ଫଳରେ ପରଲୋକ ଗମନ କରିବାରେ ତାଙ୍କୁ କଷ୍ଟ ହୁଏ। ଏଣୁ ପଛକୁ ନ ବୁଲି ସିଧା ସିଧା ଆସିବା ନିୟମ ରହିଛି।

ବେଳେବେଳେ ଆତ୍ମା କୌଣସି ଜୀବିତ ବ୍ୟକ୍ତିର ଶରୀରରେ ପ୍ରବେଶ କରି ତାଙ୍କୁ କଷ୍ଟ ଦେଉଥିବା ମଧ୍ୟ ଦେଖାଯାଏ। ଛୋଟ ଛୁଆ ଓ ଗର୍ଭବତୀ ମହିଳାଙ୍କ ଠାରେ ଆତ୍ମାର ପ୍ରଭାବ ଜଲଦି ଦେଖାଯାଏ। ଏଣୁ ସେମାନଙ୍କୁ ଶ୍ମଶାନ ଯିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.