Below header

ଆଜି ଡିନରରେ ବନାନ୍ତୁ ପନୀର ମଖମଲୀ, ଆଙ୍ଗୁଳି ଚାଟିକି ଖାଇବେ ଆପଣ

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ପନୀର
  • ୧ ଟେବୁଲ ଚାମଚ ବଟର
  • ୧ ଚାମଚ ତେଲ
  • ୩ଟି ପିଆଜ (କଟା ହୋଇଥିବା)
  • ଦେଢ଼ ଚାମଚ ଗରମ ମସଲା ପାଉଡର
  • ଅଧା କପ୍‌ କ୍ଷୀର
  • ଲୁଣ – ସ୍ୱାଦାନୁସାରେ
  • ଅଳ୍ପ – ପିଆଜ ରିଙ୍ଗ୍‌
  • ଗ୍ରୀନ ପେଷ୍ଟ ବନାଇବା ପାଇଁ ସାମଗ୍ରୀ
  • ୨ କପ୍‌ ଧନିଆ ପତ୍ର
  • ୧/୨ କପ୍‌ ପୋଦିନା ପତ୍ର
  • ୩-୪ଟି କଞ୍ଚା ଲଙ୍କା
  • ୧/୪ କପ୍‌ ଦହି ଏବଂ କାଜୁ
  • ଅଦା ଖଣ୍ଡ ଅଳ୍ପ
  • ୪-୫ ରସୁଣ କୋଲା
  • ଲୁଣ ଏବଂ ଲେମ୍ବୁ ରସ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ଗ୍ରୀନ ପେଷ୍ଟରେ ପନୀର ଖଣ୍ଡ ପକାଇ ମେରିନେଟ କରି ୨୦ ମିନିଟ୍‌ ପାଇଁ ରଖିଦିଅନ୍ତୁ।
  2. ପ୍ୟାନରେ ତେଲ ଏକଂ ବଟର ଗରମ କରି କଟା ପିଆଜ ପକାଇ ୨-୩ ମିନିଟ ପଯ୍ୟର୍ନ୍ତ ହାଇ ଫ୍ଲେମରେ ଫ୍ରାଏ କରନ୍ତୁ।
  3. ମେରିନେଟ ପନୀର, କ୍ଷୀର, ଗରମ ମସଲା ପାଉଡର ଏବଂ ଲୁଣ ପକାଇ ଲଗାତର ଚଲାଇ ୨-୩ ମିନିଟ ପଯ୍ୟର୍ନ୍ତ ରାନ୍ଧନ୍ତୁ।
  4. ପିଆଜ ରିଙ୍ଗରେ ଗାର୍ନିସ କରି ଏହାକୁ ବଟର ନାନ୍‌ କିମ୍ବା ପରଟା ସହିତ ସର୍ଭ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.