ଅମୃତା ସେୟାର କଲେ ପୁଅ ଫଟୋର ପ୍ରଥମ ଝଲକ ଏବଂ ନାଁ

ଗତ କିଛିଦିନ ତଳେ ଅଭିନେତ୍ରୀ ଅମୃତା ରାଓ ଛୋଟ ରାଜକୁମାରଙ୍କୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଅମୃତାଙ୍କ ଖୁସି ନ କହିଲେ ଚଳେ। ଏବେ ସେ ନିଜର ମାତ୍‌ତ୍ବକୁ ଉପଭୋଗ କରୁଛନ୍ତି । ଏହା ମଧ୍ୟରେ ନିଜ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି।

ଅମୃତା ଏବଂ ତାଙ୍କ ସ୍ବାମୀ ଅରେଜ ଅନମୋଲ ପୁଅର ନାମ ବୀର ଦେଇଛନ୍ତି। ଅମୃତା ଇନଷ୍ଟାରେ ସ୍ବାମୀଙ୍କ ପୋଷ୍ଟକୁ ରି-ସେୟାର କରି ଫ୍ଯାନଙ୍କୁ ଖୁସି ଖବର ଦେଇଛନ୍ତି। ଫଟୋରେ ଉଭୟ ଦମ୍ପତି ଛୋଟ ପୁଅର ହାତକୁ ଧରିଥିବା ନଜର ଆସିଛନ୍ତି। ଆଉ କ୍ଯାପସନରେ ଲେଖିଛନ୍ତି, ‘ହାଲୋ ୱାଲର୍ଡ…ହାମାରେ ବେଟେ ବୀର ସେ ମିଲିୟେ। ଆପ୍ ଲୋଗକା ଆଶୀର୍ବାଦ ଚାହିୟେ। ଅମ୍‌ତାଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି ଏବଂ ଫ୍ଯାନ କମେଣ୍ଟ ଦେବାରେ ଲାଗିଛନ୍ତି।

ପୂର୍ବରୁ ଅମୃତା ଇନଷ୍ଟାରେ ନିଜର ବେବି ବମ୍ପ ଫ୍ଲଣ୍ଟ କରିଥିବା ନଜର ଏବଂ ଭିଡିଓ ସେୟାର କରିଥିଲେ। ଅମୃତା ୨୦୧୬ରେ ବିବାହ କରିଥିଲେ। ବିବାହ ପୂର୍ବରୁ ୭ ବର୍ଷ ପର୍ଯ୍ଯନ୍ତ ପରସ୍ପରକୁ ଡେଟ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.