Below header

ସଂନ୍ଧ୍ୟାରେ ଚା ସହିତ ଖାଆନ୍ତୁ କ୍ରିସପି ବ୍ରେଡ୍ ବଲ୍‌, ମିନିଟରେ କରନ୍ତୁ ପ୍ରସ୍ତୁତ୍‌

ଆଜି ଆପଣଙ୍କର ଯଦି କିଛି ଗରମ ଗରମ ଛଣାଛଣି ଖାଇବାକୁ ଇଚ୍ଛା ହେଉଛି, ତେବେ ଆପଣ ଆଜି କିଛି ନୂଆ ଟେଷ୍ଟ କରନ୍ତୁ। ଆପଣଙ୍କର ଚାର ମଜା ଏକଦମ୍ ଦ୍ୱିଗୁଣା ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ୍ – ୮ ସ୍ଳାଇସ୍‌
  • ଆଳୁ – ୩ଟି ସିଝା (ଚକଟା ହୋଇଥିବା)
  • ଅଦା ପେଷ୍ଟ – ଅଧା ଚାମଚ୍‌
  • ହଳଦି ପାଉଡର – ଅଧା ଚାମଚ୍‌
  • ଧନିଆ ପାଉଡର – ଅଧା ଚାମଚ
  • ଗରମ ମସଲା ପାଉଡର – ଅଧା ଚାମଚ୍‌
  • ଜୁଆଣୀ – ୧/୪ ଚାମଚ
  • ପୋଦିନା ପତ୍ର – ୧ ଚାମଚ୍‌
  • ଲୁଣ – ସ୍ୱାଦାନୁସାରେ
  • ବ୍ରେଡ କ୍ରମ୍ବସ୍ – ଅଳ୍ପ
  • ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • କେବଳ ବ୍ରେଡକୁ ଛାଡି ଅନ୍ୟ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
  • ବ୍ରେଡକୁ ପାଣିରେ ବୁଡାଇ ତୁରନ୍ତ ଏକ୍ସଟ୍ରା ପାଣି ବାହାର କରିଦିଅନ୍ତୁ।
  • ଏବେ ଆଳୁର ମିଶ୍ରଣକୁ ଗୋଲ ଆକାର ଦିଅନ୍ତୁ।
  • ଗରମ ତେଲରେ ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.