ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ): ଗତକାଲି ଠାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଅଛି କିନ୍ତୁ ବେଳେ ବେଳେ ଅସୁସ୍ଥତା ଅନୁଭବ କରୁଛନ୍ତି । ଗତକାଲି ଏକ ସାମାଜିକ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବଡ଼ବିଲ ସେରେଣ୍ଡା ସ୍ଥିତ ଆଶ୍ରମକୁ ଫେରିବା ପରେ ତାଙ୍କ ଛାତି ଥରିବା ସହ ମୁଣ୍ଡ ବୁଲାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଯୋଡ଼ା ଞଓଝଉଙ ଡାକ୍ତର ଖାନାକୁ ନଆଯାଇଥିଲା। ପରେ ତାଙ୍କ ଅବସ୍ଥାକୁ ଦେଖି ତୁରନ୍ତ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ପରେ ସେଠାରୁ ତାଙ୍କୁ ତୁରନ୍ତ ଭୁବନେଶ୍ବରର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତୁଳସୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି: ‘‘ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ମୁଁ ଚିନ୍ତିତ। ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି’’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.