ଭିଡିଓ: ଯବାନଙ୍କ ପାଖରେ ବନ୍ଧୁକ ଦେଖି ମାଗିବାକୁ ଲାଗିଲା କୁନି ପୁଅଟି, ନଦେଲାରୁ ଦେଖନ୍ତୁ କେମିତି ଦେଲା ରିଆକ୍ସନ୍‌

ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡ଼ିବେ। ଜଣେ ଯବାନ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ତାଙ୍କ ଅଣ୍ଟାରେ ବନ୍ଧୁକ ରହିଛି। ପିଲାଟିର ନଜର ଯେତେବେଳେ ବନ୍ଧୁକ ଉପରେ ପଡ଼ିଲା ସେ ଦୌଡ଼ି ଦୌଡ଼ି ତାଙ୍କ ପାଖରେ ପହଞ୍ଚିଯାଇଥିଲା ଆଉ ବନ୍ଧୁକ ମାଗିବାକୁ ଲାଗିଲା। ଏହି ମଜାଦାର ଭିଡିଓ ଏବେ ଉଭୟ ଟ୍ଵିଟର ଓ ଫେସ୍‌ବୁକ୍‌ରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

Video Credit: fb/Ratnesh Gupta

ଭିଡିଓରେ ଦେଖାଯାଇଛି ଯେ ଜଣେ ଯବାନ ରାସ୍ତା କଡ଼ରେ ଠିଆ ହୋଇଛନ୍ତି। ଏହି ସମୟରେ କୁନି ପିଲାଟିର ନଜର ଯବାନଙ୍କ ଅଣ୍ଟାରେ ଥିବା ବନ୍ଧୁକ ଉପରେ ପଡ଼ିଥିଲା। ସେ ଦୌଡ଼ି ଆସି ବନ୍ଧୁକ ମାଗିଥିଲା। ମାତ୍ର ଯବାନ ମନା କରିବାକୁ ପିଲାଟି କାନ୍ଦିବାକୁ ଲାଗିଲା ଓ ବନ୍ଧୁକ ପାଇଁ ଜିଦ୍‌ କରିବାକୁ ଲାଗିଲା। ସେ କହୁଥିଲା ଗନ୍‌ ଦରକାର। ପିଲାକୁ ଚୁପ୍‌ କରିବାକୁ ଯବାନ କହିଲେ ଚାଲ ତୁମକୁ ଦେଉଛି। କିନ୍ତୁ ସେ କାନ୍ଦି କାନ୍ଦି କହୁଛି ନା ମୋତେ ଏହି ବନ୍ଧୁକ ଦରକାର।

ଲୋକଙ୍କୁ ଏହି ଭିଡିଓ ବେଶ୍‌ କ୍ୟୁଟ୍‌ ଲାଗୁଛି। ଜଣେ ୟୁଜର ଲେଖିଛନ୍ତି, ଦେଖ ସେ ବନ୍ଧୁକ ଚଲାଇବାକୁ ଚେଷ୍ଟା କରୁଛି। ବନ୍ଧୁକ ଲକ୍‌ ଥିଲା, ନହେଲେ ବଡ଼ ଦୁର୍ଘଟଣା ହୋଇଯାଇଥାନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ବହୁତ କ୍ୟୁଟ୍‌ ଭିଡିଓ, ଏଇ ପୁଅକୁ ନୂଆ ନୁହେଁ ବରଂ ଏହି ବନ୍ଧୁକ ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.