Below header

କମ୍‌ ବୟସରୁ ପିଲାଙ୍କ ଚୁଟି ପାଚୁଛି କି? ହୋଇପାରେ ଏସବୁ ରୋଗର ଲକ୍ଷଣ

କେବଳ ବୟସ୍କ ଲୋକ ନୁହେଁ, ଏବେ ଛୋଟ ପିଲାଙ୍କର ଚୁଟି ମଧ୍ୟ ପାଚୁଥିବା ଦେଖିବାକୁ ମିଳୁଛି। କମ୍‌ ବୟସରେ ପାଚିଲା ଚୁଟି ଦେଖିବାକୁ ଅଜବ ଲାଗେ। ଏହା ପିଲାଙ୍କ ଲୁକ୍‌କୁ ମଧ୍ୟ ବିଗାଡ଼ିଦିଏ। କମ୍‌ ବୟସରେ ଚୁଟି ପାଚିବା ପଛରେ ଅନେକ କାରଣ ରହିଛି। ଯଥା: ଅସନ୍ତୁଳିତ ହରମୋନ୍‌, ଖାଦ୍ୟପେୟରେ ଅନିୟମିତତା, ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି। ଏହା ବ୍ୟତୀତ କେତେକ ଅନ୍ୟ କାରଣ ମଧ୍ୟ ରହିଛି, ଯାହା ଚୁଟି ପାଚିବା ପାଇଁ ଦାୟୀ। ଆସନ୍ତୁ ଜାଣିବା ଆଉ କେଉଁ କେଉଁ କାରଣ ଯୋଗୁ ଚୁଟି ପାଚେ…

ଅବସାଦ:

ଅବସାଦରେ ରହିବା ମଧ୍ୟ ଚୁଟି ପାଚିବାର ଏକ ପ୍ରମୁଖ କାରଣ। ଏହି ଅବସାଦ ମନୋବୈଜ୍ଞାନିକ ଅବସାଦ ନୁହେଁ, ବରଂ ଜିନୋଟକ୍ସିକ୍‌ ଅବସାଦ। ଏହା ଆମ ଆଖପାଖରେ ଘଟୁଥିବା ଘଟଣା ଯୋଗୁ ହୋଇଥାଏ।

ଧୂମପାନ:

ଯଦି ଆପଣ ଧୂମପାନ କରୁଛନ୍ତି, ତେବେ ପିଲାଙ୍କ ଠାରୁ ଦୂରରେ କରନ୍ତୁ। ଡାକ୍ତରଙ୍କ କହିବାନୁସାରେ, ଯଦି କୌଣସି ପିଲା ବାରମ୍ବାର ସିଗାରେଟ୍‌ କିମ୍ବା ବିଡି ଧୂଆଁ ସଂସ୍ପର୍ଶରେ ଆସୁଥାଏ, ତେବେ ତା’ ଚୁଟି ପାଚିବା ସମ୍ଭାବନା ରହିଛି। ଏହା ଶରୀରରେ ମେଲାନିନ୍‌ର ଉତ୍ପାଦନକୁ କମ୍‌ କରିଦିଏ, ଫଳରେ ପିଲାଙ୍କ ଚୁଟି ପାଚେ।

ଏନିମିଆ:

ଆଇରନ୍‌ ଅଭାବରୁ ଏନିମିଆ ଭଳି ସମସ୍ୟା ଦେଖାଦିଏ। ଏହାର ପରିଣାମ ସ୍ୱରୂପ ପିଲା ଥକାପଣ ଅନୁଭବ କରିବା ସହ ତା’ଚୁଟି ମଧ୍ୟ ଧଳା ହୋଇଯାଏ। ଏଭଳି ସମସ୍ୟା ଥିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.