ଡିଜେଲ ତୁଳନାରେ ପେଟ୍ରୋଲ କାର୍‌କୁ ଅଧିକ ପସନ୍ଦ କରୁଛନ୍ତି ଲୋକେ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଭାରତରେ ଏବେ ଲୋକମାନେ ଡିଜେଲ କାର୍‌ ତୁଳନାରେ ପେଟ୍ରୋଲ କାର୍‌କୁ ଅଧିକ ପସନ୍ଦ କରୁଛନ୍ତି। କିଆ ମୋଟର୍ସ ନିକଟରେ ନିଜ ବିକ୍ରି ସଂଖ୍ୟାର ତାଲିକା ଜାରି କରିଛି। ଏଥିରେ ଖୁଲାସା ହୋଇଛି ଯେ କମ୍ପାକ୍ଟ ଏସ୍‌ୟୁଭି ସୋନେଟ୍‌ର ୧.୦ ଲିଟର ଓ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍‌ଯୁକ୍ତ ଭ୍ୟାରିଏଣ୍ଟର ୬୦ ପ୍ରତିଶତ ବୁକିଂ ହୋଇଛି। ମାତ୍ର ବାକି ଡିଜେଲ ଭ୍ୟାରିଏଣ୍ଟ ଏବେ ଯାଏଁ ବିକ୍ରି ହୋଇନାହିଁ।

ଅଟୋମୋବାଇଲ କମ୍ପାନୀ ସିୟାମ୍‌ ତରଫରୁ ଜାରି କରାଯାଇଥିବା ସୂଚନାନୁସାରେ ଗତ କିଛି ବର୍ଷ ହେଲା ପେଟ୍ରୋଲ ଏସ୍‌ୟୁଭିର ବିକ୍ରି ବଢ଼ିଛି। ମିଡ୍‌ସାଇଜ୍‌ ସେଗମେଣ୍ଟର ଏସ୍‌ୟୁଭି କିଣିବାକୁ ଚାହୁଁଥିବା ଲୋକ ମଧ୍ୟ ଡିଜେଲକୁ ଛାଡ଼ି ପେଟ୍ରୋଲ ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ଆର୍ଥିକବର୍ଷ ୨୦୨୦-୨୧ର ପ୍ରଥମ ଛଅ ମାସରେ ବିକ୍ରି ହୋଇଥିବା ପ୍ରତି ୫ଟି ଏସ୍‌ୟୁଭି ମଧ୍ୟରୁ ୩ଟି ପେଟ୍ରୋଲ ଇଞ୍ଜିନ୍‌ଚାଳିତ କାର୍‌ ଥିଲା।
ଏବେ ଦେଶରେ ପେଟ୍ରୋଲ ଓ ଡିଜେଲ ଗାଡ଼ିର ଦର ମଧ୍ୟରେ କମ୍‌ ବ୍ୟବଧାନ ରହିଛି।

ସୂଚନାନୁଯାୟୀ, ପେଟ୍ରୋଲ ଓ ଡିଜେଲ କାରର ରନିଂ କଷ୍ଟ ସମାନ ହୋଇଯାଇଥିବାରୁ ଲୋକମାନେ ଡିଜେଲ ଗାଡ଼ି କିଣି ଅଧିକ ଖର୍ଚ୍ଚାନ୍ତ ହେବାକୁ ଚାହୁଁ ନାହାନ୍ତି। ଅନ୍ୟପଟେ କେତେକ ସହରରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ମଧ୍ୟରେ ଏବେ ମାତ୍ର ୭ ରୁ ୮ ଟଙ୍କାର ଅନ୍ତର ରହିଛି। ଏହି ବ୍ୟବଧାନ ୨୦୧୨ ମସିହାରେ ୩୧ ଟଙ୍କା ଥିଲା। ଏଣୁ ଲୋକମାନେ ଡିଜେଲ ଅପେକ୍ଷା ପେଟ୍ରୋଲ କାର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.