କଣ୍ଟାବାଞ୍ଝି ତୁମେରଚୁଆ ଡ୍ଯାମ କାଦୁଅରେ ଫଶି ହାତୀ ଶାବକର ମୃତ୍ୟୁ

କଣ୍ଟାବାଞ୍ଝି: ଗତ ଏକ ମାସରୁ ଅଧିକ ସମୟ ହେବ ତୁରେକେଲା ବ୍ଳକ୍ ଅଞ୍ଚଳର ବିଭିନ୍ନ ଗାଁରେ ୩୦ ଟିକିଆ ହାତୀପଲ ବିଭିନ୍ନ ଗାଁରେ ରାତି ସମୟରେ ପସି ବ୍ଯାପକ ଚାଷ ନଷ୍ଟ କରି ଆସୁଛନ୍ତି । ଏହି ହାତୀ ପଲରେ ୬ଟି ଶାବକ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ତୁମେରଚୁଆ ଡ୍ଯାମ କାଦୁଅ ପାଣିରେ ଉକ୍ତ ଶାବକର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଗତକାଲି ରାତିରେ ହାତୀପଲ ତୁମେରଚୁଆ ଗାଁକୁ ପସି ଆସିଥିବାବେଳେ ବନ ବିଭାଗ ସେମାନଙ୍କୁ ଘଉଡାଇଥିଲା । ଏହାପରେ ହାତୀପଲ ତୁମେରଚୁଆ ଡ୍ଯାମ ପାଖକୁ ଚାଲିଆସିଥିଲେ । କାଦୁଅ ଭିତରେ ସବୁଠୁ ସାନ ହାତୀ ଶବକଟି କାଦୁଅରେ ପଶିଯାଇଥିବାବେଳେ ଅନ୍ଯ ହାତୀ ମାନେ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ଶାବକଟି ଜୀବନ ହାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.