Below header

ବହୁ ସମସ୍ୟାର ସମାଧାନ ଶିଳ୍ପାଙ୍କ ଏହି ଗୋଟିଏ ଡ୍ରିଙ୍କସ୍‌, ଜାଣନ୍ତୁ କ’ଣ ରହିଛି ଏଥିରେ

ଶିଳ୍ପା ସେଟ୍ଟି ବଲିଉଡ୍‌ର ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ଅଧିକାଂଶ ସମୟ ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫିଟ୍‌ନେସ୍‌ ମନ୍ତ୍ର ସେୟାର କରନ୍ତି । ଆଜି ଆମେ ଆପଣଙ୍କୁ ଶିଳ୍ପାଙ୍କ ଏମିତି କିଛି ରାମବାଣ ଚିକିତ୍ସା ବିଷୟରେ କହିବୁ ଯାହା ବହୁ ସମସ୍ୟା ଦୂର କରିପାରିବ ।

ଜାଣନ୍ତୁ କିପରି ତିଆରି କରିବେ ଏହି ଡ୍ରିଙ୍କସ୍‌

ଏହି ଡ୍ରିଙ୍କ୍‌ସକୁ ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନାହିଁ । ଏଥିପାଇଁ କେବଳ ଜୁଆଣି, ଜିରା ଓ ପାନମହୁରିକୁ ସମାନ ମାତ୍ରାରେ ନେଇ ପେଶି ଦିଅନ୍ତୁ । ଏହାକୁ ଏକ କଣ୍ଟେନରରେ ଭରି ରଖନ୍ତୁ । ୧ ଗ୍ଲାସ୍‌ ପାଣିରେ ୧ ଚାମଚ ଏହି ଚୂର୍ଣ୍ଣ ଓ ଲେମ୍ବୁ ରସକୁ ମିଶାଇ ପିଅନ୍ତୁ । ଏଥିରୁ ଭଲ ଫାଇଦା ପାଇବା ପାଇଁ ଦୈନିକ ଏହି ଡ୍ରିଙ୍କସ୍‌ କୁ ୩ ମାସ ଯାଏ ପିଅନ୍ତୁ । ଓଜନ କମାଇବାକୁ ହେଲେ ୪ ମାସ ଯାଏ ଏହି ଡ୍ରିଙ୍କସ୍‌କୁ ଆପଣ ପିଇପାରିବେ ।

silpa drinks
photo credit: punjabkesari.in

କ’ଣ ଫାଇଦା ମିଳିବ ଏହି ଡ୍ରିଙ୍କସ୍‌ରୁ

– ପେଟକୁ ଠିକ୍‌ ରଖିବା ପାଇଁ ଏହି ଡ୍ରିଙ୍କସ୍‌ ଅମୃତ ଭଳି କାମ କରେ । ଏହାକୁ ପିଇବା ଦ୍ୱାରା ବାରମ୍ବାର ଭୋକ ଲାଗେ ନାହିଁ । ଏହା ଓଜନ ମଧ୍ୟ ହ୍ରାସ କରିଥାଏ ।
– ଦୈନିକ ଏହି ଡ୍ରିଙ୍କସ୍‌ ର ସେବନ ଶରୀରରୁ ବିଷ ପଦାର୍ଥ ବାହାର କରିଦେଇଥାଏ । ଯାହା ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇଥାନ୍ତି ।
– ଯେଉଁ ଲୋକଙ୍କ ପେଟ ଫୁଲିବା ଭଳି ରହିଥାଏ । ସେମାନଙ୍କ ପାଇଁ ଏହା ବେଶ ଫାଇଦା ଦେଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.