ଦାରିଙ୍ଗବାଡ଼ି: ମଦ୍ୟପ ଶିକ୍ଷକଙ୍କ ସହ ସ୍ଥାନୀୟ ଯୁବକଙ୍କ ତୁମୂଳକାଣ୍ଡ, ମଶାରି ବଣ୍ଟନ ସମୟରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ଦାରିଙ୍ଗବାଡ଼ି(କେନ୍ୟୁଜ୍): ସରକାରଙ୍କ ତରଫରୁ ମାଗଣା ଔଷଧ ମସାରି ବଣ୍ଟନ ସମୟରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଦୁଇ ଜଣ ଦୁର୍ବୁତ୍ତ ମଦ୍ୟପାନ କରି ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି କରିଥିବା ଅଭିଯୋଗ । ସୋନପୁର ପଞ୍ଚାୟତର ମହିଳା ସ୍ୱାସ୍ଥ୍ୟ କର୍ମୀ ବୁଲିଦେଇ ସାହୁ ଏଭଳି ଅଭିଯୋଗ ଆଣିଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ଗତ ୯ ତାରିଖ ଦିନ ସତୁଙ୍ଗିଆ ଅଙ୍ଗନବାଡ଼ି କେନ୍ଦ୍ରରେ ୱାର୍ଡମେମ୍ବର,ଆଶାକର୍ମୀ,ଅଙ୍ଗନବାଡ଼ି କର୍ମୀ ଓ ଜାଗୃତି କର୍ମଚାରୀଙ୍କ ଉପସ୍ଥିତି କ୍ରମେ ସ୍ୱାସ୍ଥ୍ୟକର୍ମୀ ବୁଲିଦେଇ ସାହୁ  ସତୁଙ୍ଗିଆ,ଜୁଆଙ୍ଗିଆ,ବୁଡ୍ରାପାଙ୍ଗା,ଟୀଡାପାଙ୍ଗା ଗ୍ରାମର ଲୋକଙ୍କୁ ମଶାରି ବଣ୍ଟନ କରୁଥିଲେ ।

daringbadi

ମଶାରି ବଣ୍ଟନ କାର୍ଯ୍ୟ ସରିଲା ପରେ ସୋନପୁର ଅଂଚଳର ଦୁଇଜଣ  ଅସାମାଜିକ ବ୍ୟକ୍ତି ମଦ୍ୟପାନ କରି ଅଙ୍ଗନବାଡ଼ି କେନ୍ଦ୍ରକୁ ଆସି ଅଧିକା  ମଶାରି ନେବାପାଇଁ  ଦାବି କରିଥିଲେ । ହେଲେ ମଶାରି ଲୋକ ସଂଖ୍ୟା ଅନୁଯାଇ ଆସିଥିବା କଥା ସ୍ୱାସ୍ଥ୍ୟ କର୍ମୀ  ଉକ୍ତ ମଦ୍ୟପଙ୍କୁ କହି ବୁଝାଇଥିଲେ । ହେଲେ ମଦ୍ୟପ ଦୁଇ ଜଣ ସ୍ବାସ୍ଥ୍ୟ କର୍ମୀଙ୍କ କଥା ନଶୁଣି ଅସଭ୍ୟ ଭାଷାରେ ଗାଳିଗୁଳଜ ଆରମ୍ଭ କରିବା ସହ ଗଣ୍ଡଗୋଳ କରିଥିଲେ । ଏଭଳିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।

ଦୁଇ ଜଣ ମଦ୍ୟପଙ୍କ ମଧ୍ୟରୁ ଜଣେ ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଅଟନ୍ତି । ଘଟଣା ପରେ ମହିଳା ସ୍ଵାସ୍ଥ୍ୟ କର୍ମୀ ଜଣକ ଦାରିଙ୍ଗବାଡ଼ି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ସହ ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଯାକେଶ ସାମନ୍ତରାୟଙ୍କୁ ନିଜର ଅଭିଯୋଗ ଜଣାଇଥିଲେ । ଏନେଇ ଦାରିଙ୍ଗବାଡ଼ି ଥାନାରେ କେସନଂ ୨୧/୨୧ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଥାନା ଅଧିକାରୀ କୌଶିକ ମାଝୀ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.