Below header

ହାନିକାରକ ହୋଇଥାଏ ଅଧିକ ପାଳଙ୍ଗ ଶାଗ ଖାଇବା, ଶରୀରରେ କରିଥାଏ ଏମିତି ଅସୁବିଧା

ପାଳଙ୍ଗ ଶାଗ ଶରୀର ପାଇଁ ଲାଭକାରକ ହୋଇଥାଏ । ହେଲେ ଅଧିକ ପାଳଙ୍ଗ ଶାଗ ଶରୀର ପାଇଁ ଲାଭ ପରିବର୍ତ୍ତେ କ୍ଷତି କରିଥାଏ । କିନ୍ତୁ ଯେଉଁ ଲୋକଙ୍କର ଜଏଣ୍ଟ ପେନ୍‌ ସମସ୍ୟା ରହିଥାଏ ସେମାନେ ପାଳଙ୍ଗ ଶାଗ ଅଳ୍ପ ଖାଇବା ଉଚିତ୍‌ । କାରଣ ପାଳଙ୍ଗରେ ଥିବା ପ୍ୟୁରିନ ଓ ଅକ୍ଜାଲିକ ଏସିଡ ନାମକ ଦୁଇ ପ୍ରକାର ଏସିଡ ଏକ ସଂଗେ ମିଶି ଗଣ୍ଠି ବାତ ସମସ୍ୟା ସୃଷ୍ଟି କରିଥାଏ ।ପ୍ରତ୍ୟେକ ସବୁଜ ପରିବା ସ୍ୱାସ୍ଥ୍ୟ ପାଇଁ ଲାଭକାରକ ହୋଇଥାଏ । ଏଥିରେ ଥିବା ଖଣିଜ ପଦାର୍ଥ ଓ ଭିଟାମିନ ଆପଣଙ୍କୁ ସୁସ୍ଥ ରଖିବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ।

ପାଳଙ୍ଗ ମଧ୍ୟ ଏକ ପ୍ରକାର ସବୁଜ ପରିବା ଯେଉଁଥିରେ ଆଇରନ ପ୍ରଚୁର ମାତ୍ରାରେ ଥାଏ । ଏହାଛଡ଼ା ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି, କ୍ୟାଲସିୟମ, ମାଗ୍ନେସିୟମ, ଭିଟାମିନ ଏ ଓ ଭିଟାମିନ କେ ଆଦି ରହିଛି । ଆସନ୍ତୁ ଜାଣିବା ପାଳଙ୍ଗ ଖାଇବା ଦ୍ୱାରା କ’ଣ ହୋଇଥାଏ ଅସୁବିଧା ।

spinach
P.C : healthline

୧. ବଢ଼ିପାରେ ଗଣ୍ଠି ଦରଜ :

ପାଳଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରକ ହୋଇଥିଲେ ମଧ୍ୟ ଯେଉଁ ଲୋକଙ୍କ ଗଣ୍ଠି ଦରଜ ସମସ୍ୟା ଥାଏ ସେମାନେ ପାଳଙ୍ଗ ଶାଗ ଅଳ୍ପ ଖାଇବା କଥା । ତେଣୁ ଗଣ୍ଠି ଦରଜ ହେଉଥିବା ଲୋକଙ୍କର ପାଳଙ୍ଗ କମ ଖାଇବା କଥା ।

୨. ହଜମରେ ଅସୁବିଧା :

ଫାଇବର ହଜମ ପ୍ରକ୍ରିୟା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଯେଉଁ ଲୋକଙ୍କର ଏସିଡିଟି, ପେଟ ଦରଜ ସମସ୍ୟା ଥାଏ ସେମାନେ ପାଳଙ୍ଗ ଅଧିକ ସେବନ କରିବା କଥା ନୁହେଁ । ତେଣୁ ଆପଣ ଦିନକ ଭିତରେ ଗୋଟିଏ ଗିନା ପାଳଙ୍ଗ ଖାଇବା ଜରୁରୀ ।

୩. କିଡନୀ ଷ୍ଟୋନ :

ଯେଉଁ ଲୋକଙ୍କର କିଡନୀ ଷ୍ଟୋନ ସମ୍ୟା ଥାଏ ସେମାନେ ପାଳଙ୍ଗ ଶାଗ ଖାଇବା ଉଚିତ୍‌ ନୁହେଁ । କାରଣ ପାଳଙ୍ଗ ଖାଇବା ଦ୍ୱାରା ଅକ୍ସାଲିକ ଏସିଡ ସୃଷ୍ଟି ହୋଇଥାଏ । ଯାହା କି କ୍ୟାଲସିୟମ ଅକ୍ସାଲେଟ ଷ୍ଟୋନ ରୁପରେ ଶରୀରରେ ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.