ପାହାଡ଼ରୁ ହଠାତ୍ ହେଲା ପଥର ବର୍ଷା, ଅଳ୍ପକେ ବର୍ତ୍ତିଗଲା ପର୍ବତାରୋହୀଙ୍କ ଜୀବନ; ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ପ୍ରତିଦିନ ହଜାରେ ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏବେ ସେଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ତେବେ ଆଜି ପର୍ବତରୁ ପଥର ଖସିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଯେତେବେଳେ ଜଣେ ପର୍ବତ ଆରୋହୀ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଗେଇ ଥାଏ ସେତେବେଳେ ତାକୁ ଅନେକ ବିପଦକୁ ସାମ୍ନା କରିବାକୁ ପଡ଼େ। ପର୍ବତ ଆରୋହଣକାରୀକୁ କେବଳ ପାହାଡ ଚଢିବାକୁ ପଡିନଥାଏ ବରଂ ଅନେକ ଥର ମୃତ୍ୟୁକୁ ବି ସାମ୍ନା କରିବାକୁ ପଡିଥାଏ। ଭୟଙ୍କର ଥଣ୍ଡାରେ ଏମାନଙ୍କୁ ପାହାଡର ଶିଖର ଯାଏଁ ଚଢିବାକୁ ପଡିଥାଏ। ତେବେ ପର୍ବତ ଆରୋହଣ ବେଳେ ମୃତ୍ୟୁ ହେବା ଏକ ସାଧାରଣ ଘଟଣା। କିନ୍ତୁ ବେଳେ ବେଳେ କିଛି ଲୋକ ଏ ପରିସ୍ଥିତିକୁ ମାତ୍ ଦେବାକୁ ବି ସକ୍ଷମ ହୋଇଥାନ୍ତି। ଏବେ ସେଭଳି ଏକ ପର୍ବତ ଆରୋହୀଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ଦେଖନ୍ତୁ ଭିଡିଓ:
View this post on Instagram
ଏହି ଭିଡିଓଟିକୁ ଇଟ୍ସ ହିମାଳୟାସ୍ ନାମକ ଇନଷ୍ଟାଗ୍ରାମ ପେଜ୍ରେ ସେୟାର କରାଯାଇଛି। ପାକିସ୍ତାନର ସ୍ପାନ୍ଟିକ ପାହାଡ଼ ବେସ୍ରେ ୭୦୦୦ ଫୁଟ୍ ଉଚ୍ଚ ପାହାଡରେ କିଛି ପର୍ବତାରୋହୀ ଚଢୁଥିଲେ। ସେମାନେ ଏକ ବିଶାଳକାୟ ପଥର ତଳେ ଟେଣ୍ଟ ଲଗାଇ ବିଶ୍ରାମ ନେଉଥିବା ସମୟରେ ଉପରୁ ଏକ ବଡ଼ ପଥର ଖଣ୍ଡ ଖସିଥିଲା। ସେଠାରେ କିଛି ଲୋକ ନିଜ କାମରେ ବ୍ୟସ୍ତ ଥିବା ବେଳେ ପଥର ଖଣ୍ଡ ଟେଣ୍ଟ ପାଖରେ ଗତି କରିଥିଲା। ଏହି ସମୟରେ ଟେଣ୍ଟ ଓ ପଥର ଖଣ୍ଡ ମଝିରେ ୨ଜଣ ବ୍ୟକ୍ତି ରହିଯାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ ଓ ଅନ୍ୟ ଜଣଙ୍କ ମୁହଁ ସାମ୍ନା ଦେଇ ପଥର ଗତି କରିଥିଲା। ଯଦି ଏହି ବ୍ୟକ୍ତି ଆଉ ପାଦେ ଆଗକୁ ବଢିଥାନ୍ତେ ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ ଥିଲା।