ଡାକ୍ତରକୁ ଦାଦାବଟି ମାଗିବା ଘଟଣା: ଝାଡ଼ଖଣ୍ଡରୁ ଅଭିଯୁକ୍ତକୁ ଗିରଫ କଲା ବିଡାନାସୀ ପୋଲିସ

କଟକ(କେନ୍ୟୁଜ୍): କଟକରେ ଜଣେ ଡାକ୍ତରକୁ ଦାଦାବଟି ମାଗିବା ଅଭିଯୋଗ। ଫୋନ କରି ଲାଲ ସଲାମ କହି କଟକ ସହରର ଡାକ୍ତର ସାମି ସଲିମଙ୍କୁ ମାଗିଲେ ୫୦ ଲକ୍ଷ ଟଙ୍କା। ତାଙ୍କ ପରିବାରକୁ ଅପହରଣ କରିବାକୁ ଅଭିଯୁକ୍ତ ଦେଇଥିଲା ଧମକ। ଏତଲା ପରେ ଝାଡ଼ଖଣ୍ଡ ଯାଇ ଜଣେ ଅଭିଯୁକ୍ତକୁ ଗିରଫ କଲା ବିଡାନାସୀ ଥାନା ପୋଲିସ।

ଫୋନ କଲ୍ କରି ମାଗୁଥିଲା ଦାଦାବଟି। ଅଭିଯୁକ୍ତ ଝାଡ଼ଖଣ୍ଡର ବୋଲି ସୂଚନା ଦେଲେ ଜୋନ୍-୩ ଏସିପି ତାପସ ପ୍ରଧାନ। ଅଭିଯୁକ୍ତ ହେଲେ ଏମରୋଜ ଅଂସାରି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.