ଏବେ ବିନା ଗର୍ଭରେ ଜନ୍ମ ନେବେ ସନ୍ତାନ, AI ରୋବଟ୍ ବନିବେ ଧାଈ
ମାନବର ଗର୍ଭାଶୟରେ ଭ୍ରୁଣର ବିକାଶ ହୁଏ, ଯାହାକୁ ଶିଶୁ କୁହାଯାଏ। ବର୍ତ୍ତମାନ ଚାଇନାର ବୈଜ୍ଞାନିକ କୃତ୍ରିମ ଉପାୟରେ ଭ୍ରୁଣର ବିକାଶ ନିମନ୍ତେ ଚେଷ୍ଟା କରୁଛନ୍ତି। ଏହାର ଯତ୍ନ ନେବା ପାଇଁ କୃତ୍ରିମ ବୃଦ୍ଧି ଓ ବଳ ପ୍ରୟୋଗ କରାଯିବ। ଏହି କୃତ୍ରିମ ଭ୍ରୁଣର ବିକାଶ ସହିତ ଜଡିତ ପ୍ରତ୍ୟେକ ଦିଗ ଉପରେ ରୋବଟ୍ ନଜର ରଖିବ। ଏହାର ଯତ୍ନ ନେବା ପାଇଁ ନର୍ସ ବା ଧାଈ ନିଯୁକ୍ତି କରାଯାଇଛି।
ଚାଇନାର ସୁଝାଉ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବୈଜ୍ଞାନିକ ମାନେ ଦର୍ଶାଇଛନ୍ତି ଯେ, ଶିଶୁର ସଂପୂର୍ଣ୍ଣ ବିକାଶ ହେବା ପର୍ଯ୍ୟନ୍ତ ଏ ଆଇ ର ସଦସ୍ୟ ଭ୍ରୁଣର ଯତ୍ନ ନେବେ। ଏଥିରେ ମହିଳା ଗର୍ଭବତୀ ହେବାର କୌଣସି ଆବଶ୍ୟକତା ନାହିଁ। କୃତ୍ରିମ ଉପାୟରେ ଭ୍ରୁଣର ବିକାଶ କରାଯିବ ଓ ଏହା ଉପରେ ନଜର ରଖିବା ପାଇଁ ରୋବଟ୍ ରହିବ।
ତେବେ ଏମିତି କ’ଣ ସତରେ ସମ୍ଭବ, ଏବେ ମଧ୍ୟ ଏହାର ପରୀକ୍ଷଣ ଜାରି ରହିଛି। ଏହି କୃତ୍ରିମ ଭ୍ରୁଣର ବିକାଶ ଉପରେ AI ଧାଈ ନଜର ରଖିଛନ୍ତି। ଯାହାର ରିପୋର୍ଟ ବାୟୋମେଟିକାଲ ଇଞ୍ଜିନିୟରିଂ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ବୈଜ୍ଞାନିକ ଚାଇନା ମୋନିଂ ପୋଷ୍ଟ ନାମକ ମିଡିଆରେ ଦର୍ଶାଇଛନ୍ତି ଯେ ଆମେ ଏଠାରେ ବିନା ଗର୍ଭରେ ଭ୍ରୁଣର ବିକାଶ ପାଇଁ ଚେଷ୍ଟା କରୁଛୁ। ଏହା ବ୍ୟତୀତ ଏହା ମାଧ୍ୟମରେ ଆମେ ଭବିଷ୍ୟତରେ ଗର୍ଭସ୍ଥ ଶିଶୁର ବିକାଶକୁ ଅଧିକ ଘନିଷ୍ଠ ଭାବରେ ବିକାଶ କରିବାରେ ସକ୍ଷମ ହେବୁ ଏବଂ ଜନ୍ମ ସମ୍ବନ୍ଧିତ ସମସ୍ୟା ଦୂର କରିବାରେ ସକ୍ଷମ ହେବ।
AI ଧାଈ କୃତ୍ରିମ ଭ୍ରୁଣ କୌଶଳ ଏପରି ଭାବରେ ବିକଶିତ କରାଯାଇଛି ଯେ, ସଂପୂର୍ଣ୍ଣ ନିୟନ୍ତ୍ରିତ ପରିବେଶରେ ସମସ୍ତ ପ୍ରକାରର ଗତିବିଧିକୁ ଦେଖିହେବ। ଏଥିରେ ଶରୀର ବିକାଶର ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଭିଟ୍ରୋ ସଂସ୍କୃତି ପ୍ରଣାଳୀ ସାହାଯ୍ୟରେ ଏହି ଭ୍ରୁଣଗୁଡିକ ପ୍ରସ୍ତୁତ ହେଉଛି। ଏହା ଉପରେ ନଜର ରଖିବା ପାଇଁ ଜଣେ ଧାତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଯଦି ଆବଶ୍ୟକ ପଡ଼େ ଗର୍ଭସ୍ଥ ଶିଶୁର ବିକାଶ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବା ପାଇଁ ଡାକ୍ତରଙ୍କୁ ସତର୍କ କରାଯିବ।
This Artificial Womb And AI Nanny Is The Future Of Child Development, Claim Chinese Scientistshttps://t.co/n8D8JxDPdo pic.twitter.com/mjC8H6r11e
— IFLScience (@IFLScience) January 31, 2022
ବୈଜ୍ଞାନିକ କହିଛନ୍ତି, ଏହା ସତ୍ୟ ଯେ ଏହି ପଦ୍ଧତି ଗୋଟେ ଥରରେ କେହି ବୁଝିପାରିବେ ନାହିଁ। କିନ୍ତୁ ଏହା ଗର୍ଭସ୍ଥ ଶିଶୁର ବିକାଶ ସହ ଜଡ଼ିତ ସମସ୍ୟାରୁ ମୁକ୍ତି ଦେବ। ଏଥିରେ ଆପଣ ନିଜ ଇଚ୍ଛା ଅନୁଯାୟୀ ଶିଶୁକୁ ଗଢିପାରିବେ। କିନ୍ତୁ ଅନେକ ଦେଶରେ ଏହି ପ୍ରକ୍ରିୟାକୁ ବିରୋଧ କରାଯାଉଛି। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ କୁହନ୍ତି କୃତ୍ରିମ ଉପାୟରେ ଭ୍ରୁଣର ବିକାଶ ଶିଶୁର ସ୍ୱାସ୍ଥ୍ୟ ପାଇଁ ହାନିକାରକ ।
ଏକ ସ୍ୱୟଂଚାଳିତ ସିଷ୍ଟମ ଏକାସାଙ୍ଗରେ ଏକାଧିକ ଭ୍ରୁଣ ଉପରେ ନଜର ରଖିବାରେ ସକ୍ଷମ ହୋଇପାରିବ ଓ ଏଥିପାଇଁ AI ଧାଈକୁ ନିର୍ମାଣ କରାଯାଇଛି। ଚାଇନାର ବୈଜ୍ଞାନିକ ଭ୍ରୁଣର ବିକାଶ ପାଇଁ ଦୀର୍ଘ-ସମୟ ଭ୍ରୁଣ ବିକାଶ ଉପକରଣ ପ୍ରସ୍ତୁତ କରିଛନ୍ତି। ଏହା ତରଳ ପଦାର୍ଥରେ ନିର୍ମିତ ଜଟିଳ ସିଷ୍ଟମ। ଏହା ଭିତରେ ଭ୍ରୁଣର ବିକାଶ ହୁଏ। ଏଥିରେ ଭ୍ରୁଣର ବୃଦ୍ଧି ପାଇଁ ଖାଦ୍ୟ ଓ ଅମ୍ଳଜାନର ବ୍ୟବସ୍ଥା କରାଯାଇଛି।
ଦୀର୍ଘ-ସମୟ ଭ୍ରୁଣ ବିକାଶ ଉପକରଣରେ ଏକ ଅପ୍ଟିକାଲ ଡିଭାଇସ ଲଗାଯାଇଛି। ଏହା ଦ୍ୱାରା ଭ୍ରୁଣର ବିକାଶ ଉପରେ ନଜର ରଖାଯାଇଛି। ଅପ୍ଟିକାଲ ଡିଭାଇସ AI ଧାଈକୁ ସୂଚନା ଦିଏ ଯେ ଭ୍ରୁଣର ଶରୀର କିପରି ଅଛି ଓ ଏହା ଆଗକୁ କେମିତି ରହିବ। ଏବେ ଏହି ଭ୍ରୁଣର ବିକାଶ କୃତ୍ରିମ ଉପାୟରେ କରାହେବ। ଏହାର ଯତ୍ନ ନେବା ପାଇଁ କୃତ୍ରିମ ବୃଦ୍ଧି ଓ ବଳ ପ୍ରୟୋଗ କରାଯିବ। ଏହି କୃତ୍ରିମ ଭ୍ରୁଣର ବିକାଶ ସହିତ ଜଡିତ ପ୍ରତ୍ୟେକ ଦିଗ ଉପରେ ରୋବଟ୍ ନଜର ରଖିବ।