Below header

ଯଦି Teenage ରେ କରିବେ ନାହିଁ ଏହି ୫ ଭୁଲ୍, ତେବେ ପାଦ ଛୁଇଁବ ସଫଳତା

Teenage ଜୀବନର ସେ ସମୟ ଯେତେବେଳେ ମନ ଆଉ ମସ୍ତିସ୍କରେ ବହୁତ କିଛି ଚାଲିଥାଏ । ଆମ ଚଞ୍ଚଳ କେବେ କଲେଜରେ ଥାଏ ତ କେତେବେଳେ ପ୍ରେମର ମିଠା ସ୍ବପ୍ନ ଦେଖିଥାଏ । ନୂଆ ସାଙ୍ଗ, ନୂଆ ଜାଗା ଏବଂ ନୂଆ ଜୀବନକୁ ନେଇ ମନରେ ଠିଆ ହୋଇଥାଏ ପ୍ରଶ୍ନର ପାହାଡ । ବାସ୍ ଏହି ସବୁ ପ୍ରଶ୍ନର ଉତ୍ତର ନଥାଏ କାହା ନିକଟରେ । ଏଇଟା ହିଁ ସେହି ସମୟ ଯେତେବେଳେ Teenagers ପ୍ରାୟ ଛୋଟ ଛୋଟ ଭୁଲ୍ କରି ବସନ୍ତି । ଯାହାକୁ ବିଲକୁଲ୍ କରିବା ଅନୁଚିତ୍ । ଜାଣନ୍ତୁ କଣ ସେହି ଭୁଲ୍ ।

ଲକ୍ଷ୍ଯସ୍ଥଳରେ ପହଂଚିବା ପୂର୍ବରୁ ସେଟଲ ହୁଅନ୍ତୁ ନାହିଁ :

ଏହି ବୟସରେ ପିଲାମାନେ ବାସ୍ତବରେ କମ୍ ଏବଂ ସ୍ବପ୍ନରେ ଅଧିକ ବଂଚିଥାନ୍ତି । ସେଥିପାଇଁ ସେମାନଙ୍କୁ ଲାଗିଥାଏ ସେମାନଙ୍କ ନିକଟରେ ସେ ସବୁ କିଛି ଅଛି ଯାହା ଜୀବନରୁ ଦରକାର ଏବଂ ସେଟଲ୍ ହେବା ପାଇଁ ଉପଯୁକ୍ତ ସମୟ । ସବୁଠାରୁ ପ୍ରଥମ କଥା ବାସ୍ତବରେ ଜିଇଁବା ଶିଖନ୍ତୁ । ଦ୍ବିତୀୟ କଥା ହେଉଛି ଯେ ପର‌୍ୟ୍ୟନ୍ତ ଲକ୍ଷ ହାସଲ କରିନାହାଁନ୍ତି ସେ ପର‌୍ୟ୍ୟନ୍ତ ସେଟଲ୍ ହେବା ଆବଶ୍ୟକ ନାହିଁ ।

କମ୍ ସାଙ୍ଗ କିନ୍ତୁ ବିଶ୍ବସ୍ତ ସାଙ୍ଗ କରନ୍ତୁ :

କଲେଜ୍ ସମୟରେ ଆମେ ସମସ୍ତଙ୍କୁ ନିଜର ବନ୍ଧୁ ବୋଲି ଭାବିଥାଉ । ଯେଉଁମାନଙ୍କ ଖୁସି ପାଇଁ ଆମେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାଉ । ଏବେ ଚିନ୍ତା କରିବାର କଥା ହେଉଛି କଣ ସେମାନେ ବି ଆମ ବିଷୟରେ ଏହା ହିଁ ଚିନ୍ତା କରନ୍ତି ? ସେଥିପାଇଁ ସବୁବେଳେ ବିଶ୍ବସ୍ତ ବନ୍ଧୁ କରିବା ଉଚିତ୍ । ଯେଉଁମାନେ ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଆପଣଙ୍କ ସାଥିରେ ଥିବେ ।

ବର୍ତ୍ତମାନ ପାଇଁ ଭବିଷ୍ୟତକୁ ନଷ୍ଟ ନକରନ୍ତୁ :

ସାଙ୍ଗ ମାନଙ୍କ ସହ ମଉଜ ମଜଲିସ୍ କରିବା ଠିକ୍ ଅଛି । କିନ୍ତୁ ଏତେ ବି ଠିକ୍ ନୁହେଁ ଯେ ଯାହା କାରଣରୁ ଆପଣଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ । କାରଣ ଯଦି ଆପଣ ଆପଣଙ୍କର ଆଜି ବରବାଦ କରୁଛନ୍ତି ତେବେ କାଲି ସେ ସବୁ କଥା ଚିନ୍ତା କରି ଅନୁତାପ ବ୍ୟତୀତ ଆଉ କିଛି କରି ପାରିବେ ନାହିଁ ।

ଜଣେ ମେଣ୍ଟର ରହିବା ନିଶ୍ଚୟ ଦରକାର :

ସମସ୍ତଙ୍କ ଜୀବନରେ ଜଣେ ନା ଜଣେ ଏମିତି ବ୍ୟକ୍ତି ରହିବା ଆବଶ୍ୟକ ଯିଏ ଠିକ୍ ଭୁଲ୍ ବିଷୟରେ କହିପାରିବେ । ଯଦି ଏହି ବୟସରେ ଆପଣଙ୍କ ନିକଟରେ ସେମିତି କେହି ନାହିଁ ତେବେ ଏହା ଚିନ୍ତାର କାରଣ ।

ରିଲେସନସିପ୍ :

ଯଦି ଆପଣଙ୍କ ସାଙ୍ଗ ପ୍ରେମରେ ପଡିଛି ତେବେ ଜରୁରୀ ନୁହେଁ ଯେ ଆପଣଙ୍କର ବି କେହି ସାଥି ରହିବେ । କାରଣ ପ୍ରେମ ଏମିତି ଏକ ଅନୁଭବ ଯାହାକୁ ଜବରଦସ୍ତ କରାଯାଇପାରେ ନାହିଁ । ବରଂ ସଠିକ୍ ସମୟରେ ଆପେ ଆପେ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.