Below header

ହିମୋଗ୍ଲୋବିନ ବଢାଇବା ସହ ସୁଗାର ଏବଂ କୋଲେଷ୍ଟ୍ରଲକୁ କମ୍ କରିଥାଏ କ୍ଲୋରୋଫିଲ୍ ୱାଟର

ଶରୀରକୁ ସୁସ୍ଥ ଏବଂ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ବହୁତ ସାରା ଉପାୟ ରହିଥାଏ କିନ୍ତୁ ଏହିକାମ ପାଇଁ କ୍ଲୋରୋଫିଲ ୱାଟର ବ୍ଯବହାର କଥା ଆସେ, ତେବେ ଏହାର ଅନେକ ଫାଇଦା ବିଷୟରେ ଜଣାପଡିଥାଏ। କ୍ଲୋରୋଫିଲ ୱାଟର କେବଳ ଓଜନ କମ୍ ନୁହେଁ ବରଂ ଅନେକ ରୋଗ ଦୂର କରିଥାଏ। ତେବେ ଆପଣ ଜାଣିଛନ୍ତି କି, କ୍ଲୋରୋଫିଲ୍ ୱାଟର କ’ଣ ?

କ’ଣ କ୍ଲୋରୋଫିଲ ୱାଟର ?

ଆପଣମାନେ ଜାଣିଛନ୍ତି,ପତ୍ରକୁ ନୀଳ ରଙ୍ଗ କ୍ଲୋରୋଫିଲରୁ ମିଳିଥାଏ। ଯେତେବେଳେ ଏହି କ୍ଲୋରୋଫିଲ ସୂର୍ଯ୍ଯ ରଶ୍ମୀ ପାଇଥାଏ ସେତେବେଳେ ଫଟୋସିନ୍ଥେସିସ ପ୍ରକ୍ରିୟା ହୋଇଥାଏ। ଯାହା ଫଳରେ ଗଛକୁ ଏନର୍ଜି କିମ୍ବା ଖାଦ୍ଯ ମିଳିଥାଏ। ଏକ୍ସପର୍ଟଙ୍କ ମୁତାବକ, ଏହି କ୍ଲୋରୋଫିଲ ଆପଣଙ୍କ ଶରୀରକୁ ଯାଏ, ତେବେ ବହୁତ ଫାଇଦା ପହଞ୍ଚିଥାଏ।

କ୍ଲୋରୋଫିଲ ୱାଟର ନାମରେ ବଜାରରେ ସପ୍ଲିମେଣ୍ଟସ ମିଳୁଛି। ଯାହାକୁ କ୍ଲୋରୋଫାଇଲିନ କୁହାଯାଏ। ଏହା ଲୁଣର ସେମି ସିନ୍ଥେଟିକ ମିକ୍ସଚର ହୋଇଥାଏ। ଯାହା ନ୍ଯାଚୁରାଲ କ୍ଲୋରୋଫିଲରୁ ପ୍ରସ୍ତୁତ କରାଯାଏ। ଏହି ପାଣିରେ ମାଇକ୍ରୋନ୍ଯୁଣ୍ଟ୍ରିଆଣ୍ଟ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ରହିଥାଏ। ଏହି କାରଣରୁ ପାଣି ଭଲ ଏବଂ ଖୁବ ଜଲଦି ରେଜଲ୍ଟ ମିଳିଥାଏ।

ଯଦି ଆପଣ ଏହି ଫର୍ମରେ କ୍ଲୋରୋଫିଲ ନେବାକୁ ଚାହୁଁନାହାନ୍ତି, ତେବେ ନ୍ଯାଚୁରାଲ ଫର୍ମ ଭାବେ ନିଅନ୍ତୁ। ଏଥିପାଇଁ ଆପଣ ସବୁପତ୍ର ଯେମିତିକି ପାଳକ, ମେଥି, ଧନିଆ ଇତ୍ଯାଦିକୁ ନେଇ ଭଲଭାବେ ଧୋଇବା ପରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଦିନକ ଦୁଇଥର ପିଇବାକୁ ହେବ। ଏଥିରେ ଆପଣ ନିଜ ମନ ପସନ୍ଦରେ ଫଳ ସେଓ କିମ୍ବା ପିଜୁଳି ପକାଇ ପିଅନ୍ତୁ। ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ।

ଏହା ଆପଣଙ୍କର ଓଜନ କମ୍ କରିବା ସହିତ ଏସିଡିଟି, ହିମୋଗ୍ଲୋବିନ ବଢାଇବା ଠାରୁ ଆରମ୍ଭ କରି ସୁଗାର ଏବଂ କୋଲେଷ୍ଟ୍ରଲକୁ କମ୍ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.