ପ୍ରେମ,ପ୍ରତାରଣା,ପରକୀୟା ପ୍ରୀତିର କରୁଣ କାହାଣୀ: ୯ମାସ ପରେ କଅଁଳ ତମ୍ମନା ପାଇଲା ପରିଚୟ

ଗଜପତି(କେନ୍ଯୁଜ୍): କପାଳ ଲିଖନ କିଏ କରିବ ଆନ । ଓଡିଆରେ ଘରେ ଘରେ ଏହି ବାକ୍ଯଟି ବେଶ୍ ପରିଚିତ । ଏହି ପନ୍ଥୀଟିକୁ କହିବାର କାରଣ ଏମିତି ଏକ କାହାଣୀ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ହୃଦୟକୁ ଛୁଇଁଯିବ । ଏକ ଶିଶୁ କନ୍ଯାଟି, ଜନ୍ମ ହେଲା ଓଡିଶାରେ, ହେଲେ ତା ନାଁ ଦେଲା ପ୍ରଶାସନ। ୯ମାସ କୋଳେଇ କାଖେଇ ବଢାଇବା ପରେ ଏବେ କିନ୍ତୁ ଶିଶୁ ପାଇଛି ପଶ୍ଚିମବଙ୍ଗରୁ ବାପ ମାଁ। ଆଉ ପାଇଛି ନୂଆଁ ନା ନୂଆଁ ଠିକଣା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ ।

ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାଯ୍ଯାଳୟ । ଗତକାଲି ତଥା ମଙ୍ଗଳବାର ସଂନ୍ଧ୍ୟାରେ ହଠାତ୍ ଗହଳଚହଳ ହୋଇଉଠିଥିଲା । ଅନ୍ଯ ସରକାରୀ କାମରେ ଗଜପତି ଜିଲ୍ଲା ଗ୍ରସ୍ତରେ ଓଡିଶାର ମନ୍ତ୍ରୀ ଟୁକୁନି ସାହୁ ଆସୁଥାନ୍ତି । ସେପଟେ ପଶ୍ଚିମବଙ୍ଗର ଏକ ପରିବାର ବର୍ଗ ମଧ୍ୟ ମନ୍ତ୍ରୀଙ୍କ ଆଗମନଙ୍କୁ ଚାହିଁ ବସିଥାନ୍ତି । ଗଜପତି ଜିଲ୍ଲାପ୍ରଶାସନ ସମସ୍ତଙ୍କୁ ପାଛୋଟି ନେଉଥାନ୍ତି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ । ଏସବୁ ଘଟଣା ଚକ୍ର ମଧ୍ୟରେ ଗୋଟିଏ ୯ମାସର ଶିଶୁ କନ୍ଯା ଆଖି ମିଟିମିଟି କରି ଜଣେ ମହିଳାଙ୍କ କୋଳରୁ ଅନାଉଥାଏ । ଭାବୁଥାଏ କଣ ଏ ଗହଳି, କାହିଁକି ଏତେ ଲୋକ, କେଉଁ ଗୋଟିଏ ନୂଆଁ ଜାଗାକୁ ମୁଁ ଆସିଛି । କିନ୍ତୁ ସେ ଜାଣିନଥିଲା ତାହାର ଠିକଣା ପରିବର୍ତ୍ତନ ହେବ ଆଉ ତାକୁ ମିଳିଯିବ ନୂଆଁ ବାପା ମାଁ ।

ଠିକ ସେତିକି ବେଳେ ମନ୍ତ୍ରୀ ଟୁକୁନି ସାହୁ ଶିଶୁ କନ୍ଯାଟିକୁ କୋଳେଇ ନେଲେ ଓ ଜିଲ୍ଲାପ୍ରଶାସନର ଉପସ୍ଥିତିରେ ପଶ୍ଚିମ ବଙ୍ଗର ଆସିଥିବା ଏକ ଦମ୍ପତୀଙ୍କୁ ଶିଶୁ କନ୍ଯାଟିକୁ ସର୍ମପି ଦେଲେ । ଖବର ନବାକୁ ଜଣାପଡିଲା କି, ପୋଷ୍ଯ ସନ୍ତାନ୍ତ ଗ୍ରହଣ କରିବାକୁ ଆସିଥିଲେ ପଶ୍ଚିମବଙ୍ଗର ଦମ୍ପତୀ । ତେବେ ଏହି ପକ୍ରୀୟା ଚାଲିବା ବେଳେ କାନ୍ଦିବା ଆରମ୍ଭ କରିଦେଲେ ଶିଶୁ କନ୍ଯା ଟି ।କିନ୍ତୁ ବିଧାତାର ବିଧି କରାଯିବ ବା କଣ ।ହି ଶିଶୁ କନ୍ଯାଟିର ନାଁ ଜିଲ୍ଲା ପ୍ରଶାସନ ରହିଛି ତମ୍ମନ୍ନା, ବୟଷ ୯ମାସ । କିନ୍ତୁ ଏହି ତମ୍ମନ୍ନାର ଅତିତ ଅତି ଦୁଖଃଭରା ।

୯ମାସ ତଳର କାହାଣୀ । ତମ୍ମନ୍ନାକୁ ଗଜପତି ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ଏମକେସିଜିରୁ ପାରଳଖେମୁଣ୍ଡି ସ୍ଥିତ ସ୍‌ୱତନ୍ତ୍ର ପୋଷ୍ଯ ସନ୍ତାନ କେନ୍ଦ୍ର ଆଣି ଆସିଥିଲେ । କାରଣ ଆର.ଉଦୟଗିରି ଅଞ୍ଚଳର ଜଣେ ବ୍ଯକ୍ତି ବିବାହୀତ ହୋଇ ମଧ୍ୟ ଜଣେ ଅବିବାହୀତ ଯୁବତୀଙ୍କୁ ପ୍ରେମର ଜାଲରେ ଫସାଇ ଗର୍ଭବତୀ କରିଥିଲେ । ଯାହାକୁ ଲୋକଲଜ୍ଯା ଭାବୀ ସେହି ଯୁବତୀର ପରିବାର ଗୁପ୍ତ ରଖିଲେ ଘଟଣାକୁ । ପ୍ରସବ ବେଦନା ଆସିବାରୁ ପ୍ରଥମେ ଅବିବାହୀତ ଗର୍ଭବତୀ ଯୁବତୀ ଜଣଙ୍କୁ ଆ.ଉଦୟଗିରି ପରେ ପାରଳାଖେମୁଣ୍ଡି ଚିକିତ୍ସା କେନ୍ଦ୍ରକୁ ଅଣାଗଲା। ଆଉ ଏହି କଥା ଜାଣିବା ପରେ ଜିଲ୍ଲା ପ୍ରଶାସନ ଗର୍ଭବତୀ ଅବିବାହୀତ ଯୁବତୀଙ୍କ ସହାରା ହେବାକୁ ଅଣ୍ଟା ଭିଡିଲା । ଚାଇଲଡଲାଇନ, ଶ୍ଶୁ ସୁରକ୍ଷା ୟୁନିଟ ଓ ସିଡବ୍ଲୁସି ସବୁ ଲାଗିପଡିଲେ କିନ୍ତୁ ଗୁରୁତ୍ୱର ହୋଇପଡିଥିଲେ ଅବିବାହୀତ ଗର୍ଭବତୀ ଯୁବତୀ । ବାଧ୍ୟ ହୋଇ ପ୍ରଶାସନ ଯୁବତୀ ଓ ତାର ଶନ୍ତାନକୁ ବଞ୍ଚାଇବା ପାଇଁ ବ୍ରହ୍ମପୁର ଏମସେସିଜିକୁ ସୁରକ୍ଷୀତ ପ୍ରସବ ପାଇଁ ନେଇଗଲେ । କିନ୍ତୁ ସେଠାରେ ଯୁବତୀ ଏକ ଶିଶୁ କନ୍ଯାକୁ ଜନ୍ମ ଦେଇ ଆରପାରୀକୁ ଚାଲିଗଲେ । ସେଠାରୁ ଏହି ଶିଶୁ କନ୍ଯାକୁ ଗଜପତି ଜିଲ୍ଲାପ୍ରଶାସନ ତମ୍ମନ୍ନା ବୋଲି ନାମକରଣ କରିବା ସହ ସ୍‌ୱତନ୍ତ୍ର ପୋଷ୍ଯ ସନ୍ତାନ ଗୃହରେ ଦୀର୍ଘ ନ ମାସ ଧରି ଳାଲଣ ପାଳନ କରୁଥିଲେ ।

ଏପଟେ ପଶ୍ଚିମ ବଙ୍ଗର ଦମ୍ପତୀ ଗତ ୩ବର୍ଷ ପୂବେ ପୋଷ୍ଯ ସନ୍ତାନ ପାଇଁ ସରକାରକୁ ଆବେଦନ କରିଥିଲେ ଯିଏକି ୧୯ ବର୍ଷ ହେବ ସନ୍ତାନ୍ତ ଅପେକ୍ଷାରେ ଥିଲେ । ଆଉ ଏପଟେ ଜନ୍ମରୁ ବାପାମାଁ କିଏ ଜାଣିନଥିବା ହତଭାଗା ତମ୍ମନ୍ନା ପୋଷ୍ଯ ସନ୍ତାନ ଗୃହରେ ଥିଲା । ତେବେ ୧୯ବର୍ଷରେ ତମ୍ମନ୍ନାକୁ ସନ୍ତାନ ଭାବେ ପାଇ ପଶ୍ଚିମ ବଙ୍ଗର ଦମ୍ପତୀ ଏବେ ବେଶ ଖୁସି। ଆଉ ତମ୍ମନ୍ନା ମଧ୍ଯ ନୂଆଁ ମାଁ ବାପା ପାଇଁ ଭାଗ୍ଯବାନ ହୋଇଛି । ତମ୍ମନ୍ନାର ମାଁ ଆରପାରିବେ ଆଉ ବାପା ଏହି ଘଟଣାରେ କାରାଗାରରେ କିନ୍ତୁ ସରକାରୀ ବିଧି ବ୍ଯବସ୍ଥା ଥିବାରୁ ତମ୍ମନ୍ନା ନୂଆଁ ଠିକଣା ପାଇପାରିଛି । ହେଲେ ତମ୍ମନ୍ନା ପାଇଥିବା ଦୁଃଖ ଆଗାମୀ ଭବିଷ୍ଯତରେ ନ ଘଟୁ ଏଥିପାଇଁ ଆମ ସମାଜ ଅଣ୍ଟା ଭିଡିବାର ବେଳ ଆସିଯାଇଛି ।

ଗଜପତିରୁ ସନ୍ତୋଷ କୁମାର ପଟନାୟକ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.