ଆଜି ପୁଣି ମହଙ୍ଗା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେତେ ବଢ଼ିଲା ଦାମ୍

ସାଧାରଣ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପେଟ୍ରୋଲିୟମ କମ୍ପାନୀ ପୁଣି ଆଜି ଘରୋଇ ଗ୍ଯାସ ଦାମ୍ ବଢାଇଛନ୍ତି। ମାସର ପ୍ରଥମ ସପ୍ତାହରେ ଖାଉଟିଙ୍କ ଉପରେ ପଡିଲା ମହଙ୍ଗା ଛାଟ। ୫୦ ଦିନରେ ବଢିଲା ୬୫ ଟଙ୍କା । ଏଲପିଜି ଦାମ୍ ୧୫ ଟଙ୍କାର ବଢିଛି ପ୍ରତି ସିଲିଣ୍ଡର ଦାମ୍।
Petroleum companies have increased the price of domestic LPG cylinders by Rs 15. The price of a non-subsidized 14.2 kg cylinder in Delhi is now Rs 899.50. The new rate of 5kg cylinder is now Rs 502. The new rates are effective from today. pic.twitter.com/nQqtgdOq7q
— ANI (@ANI) October 6, 2021
ମୂଲ୍ଯ ବଢିବା ପରେ ଅଣସବିସିଡିଯୁକ୍ତ ୧୪.୨ କିଗ୍ରା ଗ୍ଯାସ ସିଲିଣ୍ଡର ଦାମ ୮୯୯.୫୦ ଟଙ୍କା ପ୍ରତି ସିଲିଣ୍ଡର ରହିଥିବା ବେଳେ ୫ କେଜି ଗ୍ଯାସ ସିଲିଣ୍ଡର ଦାମ୍ ୫୦୨ ଟଙ୍କା ହୋଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ୨୫ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା।
ସରକାରୀ ତୈଳ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ଦାମରେ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଗତ ମାସ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହାପୂର୍ବରୁ ଏଲପିଜି ସିଲିଣ୍ଡର ଦାମ ଉପରେ ୧୦ ଟଙ୍କା ହ୍ରାସ କରାଯାଇଥିଲା, କିନ୍ତୁ ଫେବୃୟାରୀ ଏବଂ ମାର୍ଚ୍ଚରେ ଦାମ ବୃଦ୍ଧି ହୋଇଥିଲା।
ଦିଲ୍ଲୀରେ ଚଳିତ ବର୍ଷ ଜାନୁଆରୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଫେବୃଆରୀ ୧୫ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା କରାଯାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା କରାଯାଇଥିଲା ।