Below header

ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ କ୍ୟାବିନେଟ୍‌ ମଞ୍ଜୁରୀ, ୧୦୦ ସହରରେ ଦୌଡ଼ିବ ୧୦,୦୦୦ ବୈଦ୍ୟୁତିକ ବସ୍‌

ପିଏମ୍‌ ଇ-ବସ୍ ସେବାକୁ କ୍ୟାବିନେଟ୍‌ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୫୭ ହଜାର ୬୧୩ କୋଟି ଟଙ୍କା ବିନିଯୋଗ ହେବ।

ପିଏମ୍‌ ଇ-ବସ୍ ସେବାକୁ କ୍ୟାବିନେଟ୍‌ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ୫୭ ହଜାର ୬୧୩ କୋଟି ଟଙ୍କା ବିନିଯୋଗ ହେବ। ଏହା ମାଧ୍ୟମରେ ଦେଶର ଶହେଟି ସହରକୁ ଚୟନ କରାଯାଇ ୧୦ ହଜାର ନୂଆ ଇଲେକ୍ଟ୍ରିକ ବସ୍‌ ଚଳାଚଳ କରିବ। କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ ଘୋଷଣା କରିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି ଯେ ଇ-ବସ୍‌ ଯୋଜନା ପାଇଁ ମୋଟ ୫୭,୬୧୩ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏଥି ମଧ୍ୟରୁ କେନ୍ଦ୍ର ସରକାର ଦେବେ ୨୦,୦୦୦ କୋଟି ଟଙ୍କା ଏବଂ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ।

ସବୁଜ ଗତିଶୀଳତା ଏବଂ ଜଳବାୟୁ ପରିବର୍ତ୍ତନକୁ ଧ୍ୟାନରେ ରଖି ସରକାର ସାରା ଦେଶରେ ବୈଦ୍ୟୁତିକ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହନ ଦେଉଛନ୍ତି। ଏହି କାରଣରୁ ବର୍ତ୍ତମାନ ଦେଶର ୧୦୦ଟି ସହରରେ ୧୦,୦୦୦ ବୈଦ୍ୟୁତିକ ବସ୍‌ ସଞ୍ଚାଳନ ପାଇଁ ଯୋଜନା କରାଯାଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚ୍ୟାଲେଞ୍ଜ୍‌ ପ୍ରଣାଳୀ ମାଧ୍ୟମରେ ସହରଗୁଡ଼ିକୁ ଚୟନ କରାଯିବ। ଏହି ଯୋଜନା ୩ ଲକ୍ଷ ଏବଂ ଏହାଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ କଭର୍‌ କରିବ। ଯେଉଁଠାରେ ବ୍ୟବସ୍ଥିତ ବସ୍‌ ସେବା ନାହିଁ, ସେହି ସହରଗୁଡ଼ିକୁ ପ୍ରାଥମିକତା ଦିଆଯିବ।

ପବ୍ଲିକ୍‌-ପ୍ରାଇଭେଟ୍‌ ପାର୍ଟନରଶିପ୍‌ ମୋଡ୍‌ରେ ଏହି ଯୋଜନା ଆଗାମୀ ୨୦୩୭ ପର୍ଯ୍ୟନ୍ତ ଚାଲିବ। ଏହି ଯୋଜନା ଅଧୀନରେ ସମସ୍ତ ରାଜଧାନୀ, କେନ୍ଦ୍ର ଶାସିତ ଅଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ହିଲ୍‌ ଷ୍ଟେସନକୁ କଭର୍‌ କରାଯିବ। ସରକାରଙ୍କ କହିବା ହେଲା, ଏହି ଯୋଜନା ପ୍ରତ୍ୟକ୍ଷ ରୂପେ ୪୫,୦୦୦ରୁ ୫୫,୦୦୦ ଲୋକଙ୍କୁ ରୋଜଗାରକ୍ଷମ କରାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.