Below header

ନିର୍ଗୁଣ୍ଡିରୁ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡରୁ ବିଜୟନଗରମ ପର୍ଯ୍ୟନ୍ତ ହେବ ତୃତୀୟ ଲେନ୍, ମିଳିଲା କ୍ୟାବିନେଟ୍ ମଞ୍ଜୁରି

ଆଜି ଅର୍ଥନୈତିକ ସମ୍ପର୍କିତ କ୍ୟାବିନେଟ କମିଟି ୩୨ ହଜାର ୫ଶହ କୋଟି ଟଙ୍କାର ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଆସୁଛି ୯ଟି ରାଜ୍ୟର ୩୫ଟି ଜିଲ୍ଲା ଏଥିରେ ୨୩୩୯ କିଲୋମିଟର ରେଳ ଲାଇନ ହେବ।

କେନ୍ୟୁଜ୍(ବ୍ୟୁରୋ): ନିର୍ଗୁଣ୍ଡିରୁ ବାରଙ୍ଗ ଏବଂ ଖୋର୍ଦ୍ଧାରୋଡ୍ ରୁ ବିଜୟନଗରମ୍ ପର୍ଯ୍ୟନ୍ତ ତୃତୀୟ ଲେନ୍ ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଆଜି ଅର୍ଥନୈତିକ ସମ୍ପର୍କିତ କ୍ୟାବିନେଟ କମିଟି ୩୨ ହଜାର ୫ଶହ କୋଟି ଟଙ୍କାର ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଆସୁଛି ୯ଟି ରାଜ୍ୟର ୩୫ଟି ଜିଲ୍ଲା ଏଥିରେ ୨୩୩୯ କିଲୋମିଟର ରେଳ ଲାଇନ ହେବ।

ଏଥିରୁ ଓଡ଼ିଶାରେ ରହିଛି ୧୮୪ କିଲୋମିଟର। ନିର୍ଗୁଣ୍ଡିରୁ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡରୁ ବିଜୟନଗରମ ପର୍ଯ୍ୟନ୍ତ ତୃତୀୟ ଲେନ୍ କାମରେ ଓଡ଼ିଶାରେ ଭଦ୍ରକ, ଯାଜପୁର, କଟକ ଓ ଗଞ୍ଜାମ ଜିଲ୍ଲା ଆସୁଛି। ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ଅଧୀନରେ ଏହି ସବୁ ନୂଆ ପ୍ରକଳ୍ପ କାମ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.