Below header

ଦେଶରେ କମୁଛି ବାଘ ସଂଖ୍ୟା, ୯ ମାସରେ ଗଲାଣି ୧୪୬ ବାଘଙ୍କ ଜୀବନ

ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ୨୮ ମଧ୍ୟରେ ଦେଶରେ ୧୪୬ ବାଘଙ୍କ ମୃତ୍ୟୁ ପାଲଟିଛି ଚିନ୍ତାର କାରଣ । ଗତ ୧୧ ବର୍ଷ ମଧ୍ୟରେ ଏହା ସର୍ବାଧିକ ବାଘ ମୃତ୍ୟୁ।

ବିପଦରେ ବାଘ । ଦେଶରେ କମୁଛି ବ୍ୟାଘ୍ର ସଂଖ୍ୟା । ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ୨୮ ମଧ୍ୟରେ ଦେଶରେ ୧୪୬ ବାଘଙ୍କ ମୃତ୍ୟୁ ପାଲଟିଛି ଚିନ୍ତାର କାରଣ । ଗତ ୧୧ ବର୍ଷ ମଧ୍ୟରେ ଏହା ସର୍ବାଧିକ ବାଘ ମୃତ୍ୟୁ। ୨୦୧୨ ମସିହା ପରେ ଏହା ୯ ମାସରେ ସର୍ବାଧିକ ବାଘ ମୃତ୍ୟୁ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ-NTCA ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ ୯ ମାସ ମଧ୍ୟରେ ମୋଟ ୧୪୬ଟି ବାଘଙ୍କର ମୃତ୍ୟୁ ଘଟିଛି । ତେବେ ବୃଦ୍ଧି ପାଉଥିବା ବାଘ ମୃତ୍ୟୁ ସଂଖ୍ୟା ପଛରେ ପ୍ରକୃତ କାରଣ ଜଣା ପଡ଼ିନାହିଁ । ଏଭଳି ବାଘଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ନା ମଣିଷର ହସ୍ତକ୍ଷେପ ଯୋଗୁଁ ହୋଇଛି ସେନେଇ NTCA କୌଣସି ମତ ଦେଇନାହିଁ ।

ଚଳିତ ବର୍ଷ ସବୁଠାରୁ ଅଧିକ ବାଘ ମୃତ୍ୟୁ ସଂଖ୍ୟା (୩୪) ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ସେହିପରି ମହାରାଷ୍ଟ୍ରରେ ୩୨ଟି ବାଘଙ୍କର ମୃତ୍ୟୁ ହୋଇଛି । ୧୪୬ଟି ବାଘ ମୃତ୍ୟୁ ମଧ୍ୟରେ ୨୪ଟି ବାଘ ଛୁଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବାଘ ସଂଖ୍ୟା କମ ହେବାରେ ଏହା ସିଧାସଳଖ ପ୍ରଭାବ ପକାଉଛି । ନିକଟରେ ୧୭ଟି ବାଘଙ୍କ ମୃତ୍ୟୁ ଉତ୍ତରାଖଣ୍ଡରେ ହୋଇଥିଲା । ଆସାମରୁ ୧୧, କର୍ଣ୍ଣାଟକରୁ ୯ ଏବଂ ରାଜସ୍ଥାନରେ ୫ଟି ବାଘଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ବିଭିନ୍ନ ବାଘ ସଂରକ୍ଷଣରେ ମୋଟ ୭୦ଟି ବାଘଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ୨୦୨୨ରେ ୧୨୧ ବାଘଙ୍କର ମୃତ୍ୟୁ ହୋଇଥିଲା । ୨୦୨୧ରେ ୧୨୭, ୨୦୨୦ରେ ୧୦୬, ୨୦୧୯ରେ ୯୬, ୨୦୧୮ରେ ୧୦୧, ୨୦୧୭ରେ ୧୧୭, ୨୦୧୬ରେ ୧୨୧, ୨୦୧୫ରେ ୮୨, ୨୦୧୪ରେ ୭୮, ୨୦୧୩ରେ ୬୮ ଏବଂ ୨୦୧୨ରେ ୮୮ଟି ବାଘଙ୍କ ମୃତ୍ୟୁ ହୋଇଥବା ରିପୋର୍ଟରୁ ଜଣା ପଡ଼ିଛି । NTCA ଅନୁସାରେ ବାଘ ମୃତ୍ୟୁର ଅନେକ କାରଣ ଥାଇପାରେ । ଦୁର୍ଘଟଣାରେ ବାଘଙ୍କ ଜୀବନ ଯାଉଥିବା ମଧ୍ୟ ପ୍ରକାଶ ପାଇଛି । ତେବେ ଏହି ବାଘ ମୃତ୍ୟୁ ସଂଖ୍ୟାକୁ ନେଇ ବର୍ତ୍ତମାନ ଚିନ୍ତା ବଢ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.