ସୀମା ଟପିଲା ପାଶବିକତା, ଯୌନ ଲାଳସା ପୂରଣ କରିବା ପାଇଁ ଶେଷରେ ଗୋମାତାକୁ ବି ଛାଡିଲା ନାହିଁ

କେତେ ତଳକୁ ଖସି ପାରେ ଏ ମଣିଷ । ହିନ୍ଦୁ ସଂସ୍କୃତିରେ ଗାଈକୁ ଗୋମାତା କୁହାଯାଉଥିବାବେଳେ ଅଶିକ୍ଷିତ ମଣିଷ ତାକୁ ମଧ୍ୟ ଦୁଷ୍କର୍ମ କରିବାକୁ ପଛେଇ ନାହିଁ । ଏଭଳି ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି କଟକରୁ ।

କଟକ (କେନ୍ୟୁଜ): ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି କଟକରୁ । ଏଠାରେ ମଣିଷ ଯୌନ ଲାଳସା ପୂରଣ କରିବା ପାଇଁ ଗାଈକି ମଧ୍ୟ ଛାଡ଼ି ନାହିଁ । ହିନ୍ଦୁ ସଂସ୍କୃତିରେ ଗାଈକୁ ଗୋମାତା କୁହାଯାଉଥିବାବେଳେ ଅଶିକ୍ଷିତ ମଣିଷ ତାକୁ ମଧ୍ୟ ଦୁଷ୍କର୍ମ କରିବାକୁ ପଛେଇ ନାହିଁ । ଏପରି ଏକ ଅମାନୁଷିକ ଘଟଣା ଜନମାନସକୁ ବ୍ୟଥିତ କରିଛି ।

ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତ୍ରି ସମୟରେ କଟକ ମହାନଦୀବିହାର ଅଞ୍ଚଳର ସଂଜୀତ ମଲ୍ଲିକ ନାମକ ବ୍ୟକ୍ତି ଗୋ ମାତା ସାଙ୍ଗରେ ଅତି ଅମାନୁସିକ ଭାବେ ମୁହଁରେ ରୁମାଲ ବାନ୍ଧି କୈବଲ୍ୟ ବିହାର ଅପର୍ନା ନଗର ଗଳିରେ ବୁଲୁଥିବା ଏକ ଗାଈ ସହିତ ବାରମ୍ବାର ଖରାପ କାମ କରିବାର ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରାଯାଇଥିଲା। ଏହି ଭିଡିଓଟି ଏ ମୋବାଇଲ୍ ରୁ ସେ ମୋବାଇଲ ଭାଇରାଲ ହେଲା ପରେ ହିନ୍ଦୁସେନା ପକ୍ଷରୁ ଏହାକୁ ତିବ୍ର ନିନ୍ଦା କରିବା ସହ ଯୁବକଙ୍କ ନାମରେ ନିକଟସ୍ଥ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହା ହିନ୍ଦୁ ସେନାର ସଦସ୍ୟ ମାନେ ଅଭିଯୁକ୍ତକୁ ଧରି ଆଣି ଥାନା ଜିମା ମଧ୍ୟ ଦେଇଛନ୍ତି । ହିନ୍ଦୁ ସେନାର ଥାନାରେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.