ବ୍ରହ୍ମପୁରର ପୂର୍ବତନ ମେୟରଙ୍କ ଗାଡ଼ି ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଗଲେ ଶିବଶଙ୍କର

ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସି ବୋମାମାଡ଼ କରିଛନ୍ତି ।ବୋମାମାଡରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି । ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ ହୋଇଛି ତାହା ଅସ୍ପଷ୍ଟ ରହିଛି।

ଖବର ପାଇ ଘଟଣାସ୍ଥଳଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ତନାଘନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.