Below header

ଓଡିଶାର ଶ୍ରମିକ ଆନ୍ଧ୍ରରେ ଶୋଷିତ, ୫ ଦିନର ମଜୁରୀ ୧୦୦ ଟଙ୍କା ଦେଇ ତଡିଦେଲା ମାଲିକ

ଜୋର ଜାର ମୂଲକ ତାର । ଆଜିକାଲି ସମାଜରେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ପ୍ରତିଟି କ୍ଷେତ୍ରରେ ଦେଖିବାକୁ ମିଳୁଛି । ଖାସ୍ କରି ଗରିବ ଗୁରୁବାଙ୍କ ଉପରେ । ପେଟ ପାଇଁ ପର ପାଖରେ ମୂଲ ଲାଗନ୍ତି ହେଲେ ପ୍ରତିବଦଳରେ ତାଙ୍କୁ ପରିଶ୍ରମର ମୂଲ୍ୟ କଣ ମିଳିବ ଓଲଟି ମିଳେ ମାନସିକ ଶାରୀରିକ ନିର୍ଯାତନା ।

କୋରାପୁଟ(କେନ୍ୟୁଜ୍): ଜୋର ଜାର ମୂଲକ ତାର । ଆଜିକାଲି ସମାଜରେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ପ୍ରତିଟି କ୍ଷେତ୍ରରେ ଦେଖିବାକୁ ମିଳୁଛି । ଖାସ୍ କରି ଗରିବ ଗୁରୁବାଙ୍କ ଉପରେ । ପେଟ ପାଇଁ ପର ପାଖରେ ମୂଲ ଲାଗନ୍ତି ହେଲେ ପ୍ରତିବଦଳରେ ତାଙ୍କୁ ପରିଶ୍ରମର ମୂଲ୍ୟ କଣ ମିଳିବ ଓଲଟି ମିଳେ ମାନସିକ ଶାରୀରିକ ନିର୍ଯାତନା । ଏନେଇ ବାରମ୍ବାର ଅଭିଯୋଗ ହେଲେ ବି ଫଳ କିନ୍ତୁ ଶୂନ । ଯାହାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି ।

ତିନି ଶ୍ରମିକଙ୍କ ୫ ଦିନର ମଜୁରୀ ମାତ୍ର ୩୦୦ ଟଙ୍କା । ଅର୍ଥାତ୍ ଜଣକା ୧୦୦ଟଙ୍କା । ନବରଙ୍ଗପୁର ଜିଲ୍ଲାର ଏହି ଦାଦନ ଆନ୍ଧ୍ର ପ୍ରଦେଶରେ ହୋଇଛନ୍ତି ଶୋଷଣର ଶୀକାର । ଏମାନେ ଅର୍ଥ ଉପାର୍ଜନ କରିବା ଆଶା ନେଇ କାମ କରିବାକୁ ଯାଇଥିଲେ ସୁଦୁର ଆନ୍ଧ୍ର ପ୍ରଦେଶ । ସେଠାରେ କିଛି ଦିନ କାମ କଲେ । ହେଲେ ମାଲିକ ଅର୍ଥ ନଦେବାରୁ ଖାଲି ହାତରେ ନିରାଶ ହୋଇ ସେମାନେ ଫେରିଛନ୍ତି ଓଡିଶା । ଗାଁକୁ ଫେରିବା ପାଇଁ ଅର୍ଥ ନଥିବାବେଳେ ପଟାଙ୍ଗି ମୋଟର ଚାଳକ ସଂଘ ଏକଥା ଜାଣି ସହଯୋଗର ହାତ ବଢାବା ପରେ, ଶେଷରେ ନିଜ ଗ୍ରାମରେ ପହଁଚିଛନ୍ତି ୩ ଦାଦନ ।

ଖବର ମୁତାବକ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନସ୍ଥ ତହଁରା ପଞ୍ଚାୟତ କଟଲଦିଗି ଗ୍ରାମର ତିନି ଯୁବକ ପଡୋଶୀ ଆନ୍ଧ୍ର ରାଜ୍ୟ ସାଲୁର ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ମୂଲ ମଜୁରୀ ମାଗିବାରୁ ମାଲିକ କୁଆଡେ ପୂରା ମଜୁରୀ ନଦେଇ କିଛି ହାତ ଗୁଞ୍ଜା ଦେଇ ସେହି ସ୍ଥାନ ଛାଡି ପଳାଇ ଯିବାକୁ ତାଗିଦ କରିଥିଲା । ଯାହା ଫଳରେ ୩ ଦାଦନ ଧନି ସାନ୍ତା , ଜଳେନ୍ଦ୍ର ସାନ୍ତା ଓ ବୃନ୍ଦା ସାନ୍ତା ନଖାଇ ନପିଇ ଜୀବନ ବିକଳରେ ଉକ୍ତ ସ୍ଥାନ ଛାଡି ପୁଣି ଓଡିଶା ଫେରିଆସିଥିଲେ।

help

ଦୈନିକ ୩୦୦ ଟଙ୍କା ମଜୁରୀରେ ୩ଜଣ ଦାଦନ ୫ ଦିନ ଚାଷ କାମ କରିଥିଲେ । ୩ ଜଣ କର ମୋଟ ୪୫୦୦ ଟଙ୍କା ମଜୁରୀ ପାଇବାକୁ ଥିବାବେଳେ ଆନ୍ଧ୍ର ପ୍ରଦେଶ ସାଲୁରର ଜମି ମାଲିକ ମାତ୍ର ୩୦୦ ଟଙ୍କା ଦେଇ ବିଦା କରିଦେଇଥିଲେ । ତିନି ଯୁବ ଦାଦନ ନିରାସ ହୋଇ ଗ୍ରାମକୁ ଫେରିବାକୁ ନିଷ୍ପତି ନେଇଥିଲେ । ୩୦୦ ଟଙ୍କାରେ ସାଲୁରରୁ ଅଟୋ ଯୋଗେ ପଟ୍ଟାଙ୍ଗି ଆସିଥିଲେ ।

ପଟାଙ୍ଗି ଚାଲି ଚାଲି ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଉଥୁବାବେଳେ ଗିର୍ଲିଗୁଡା ଗ୍ରାମ ନିକଟରେ କିଛି ଲୋକ ତିନି ଯୁବକ ଙ୍କୁ ଅଟକାଇ ପଚାରିଥିଲେ । ସମସ୍ତ ଘଟଣା ଜାଣିବା ପରେ ଓଡିଶା ମୋଟର ଚାଳକ ସଂଘର ପଟ୍ଟାଙ୍ଗି ଶାଖା ପକ୍ଷରୁ ସେମାନଙ୍କର ଖାଇବା ବ୍ୟବସ୍ଥା କରିବା ସହ ଗ୍ରାମକୁ ଯିବା ପାଇଁ ଅର୍ଥର ବ୍ୟବସ୍ଥା କରାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.