Below header

ଅଧାରେ ରହିଗଲା ଦୀପାବଳି : ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୧୫ ମୃତ, ୪୦ ଆହତ

ମଧ୍ୟପ୍ରଦେଶ ଭୋପାଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟପ୍ରଦେଶର ରିବା ନିକଟରେ ଜାତୀୟ ରାଜପଥ ୩୦ରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏହିବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୫ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣାରେ ୪୦ ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି। ରିବାର ସୁହାଗୀ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ ହ୍ରାଇଦ୍ରାବାଦରୁ ଗୋରଖପୁର ଯାଉଥିଲା। ଅଧିକାଂଶ ଯାତ୍ରୀ ଉତ୍ତରପ୍ରଦେଶର ଥିବାବେଳେ, ବିହାର, ନେପାଳର କିଛି ଯାତ୍ରୀ ମଧ୍ୟ ଥିଲେ। ଦୁର୍ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି।

ସୂଚନା ମୁତାବକ, ବସରେ ୧୦୦ରୁ ଅଧିକ ଯାତ୍ରୀଥିଲେ। ବସରେ ସମସ୍ତେ ଶ୍ରମିକ ଦୀପାବଳି ପାଳିବା ପାଇଁ ଘରକୁ ଯାଉଥିଲେ। ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦର୍ଘଟଣାରେ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଆହତଙ୍କର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବସ୍‌ ଏବଂ ଟ୍ରଲି ମଧ୍ୟରେ ଜୋରଦାର ଟକ୍କର ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁର୍ଘଟଣାରେ ବସ୍‌ କ୍ୟାବିନ ଭିତରେ ୩-୪ ଜଣ ଲୋକ ଫସି ରହିଥିଲେ। ପୋଲିସ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣା ମୁତାବକ, ଶୁକ୍ରବାର ରାତି ୧୧.୩୦ ମିନିଟରେ ଏହି ଘଟଣା ହୋଇଥିବା ଜଣାପଡିଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କୁ ଆହତଙ୍କ ଚିକିତ୍ସା ମାଗଣାରେ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ଯୋଗୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ତେବେ ଏହି ଘଟଣାରେ ବିଭିନ୍ନ ବିଭାଗର ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

Also Read : ସୁଟକେସ୍‌ରେ ମୃତଦେହ ଘଟଣା : ଟିଭି ଦେଖି ମୁଣ୍ଡକୁ ଆସିଲା ବିଚକ୍ଷଣ ବୁଦ୍ଧି, ତା’ ପରେ ଏମିତି କଲା ସ୍ୱାମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.