Below header

ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା୨୦କୁ ବୃଦ୍ଧି ପାଇଛି। ଗତକାଲି ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିଥିଲା। ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବାବେଳେ ୨୧ଜଣ ଆହତ ହୋଇଛନ୍ତି।

ଭଗ୍ନାବଶେଷ ତଳୁ ୭ଜଣ ଶିଶୁଙ୍କୁ ମିଶାଇ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଗତ ୨୦ତାରିଖ ରାତି ପ୍ରାୟ ୩ଟା ୩୦ରେ ଏହି ଘଟଣା ଘଟିଥିବା ଜଣାପଡିଛି । ପୂର୍ବରୁ ଏହି ବିଲ୍ଡିଂକୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା । ବିଲ୍ଡିଂରେ ଆବଶ୍ୟକତା ଠାରୁ ଅଧିକ ଲୋକ ରହୁଥିଲେ । ୧୯୮୪ ମସିହାରେ ନିର୍ମାଣ ହୋଇଥିବା ଏହି ବିଲ୍ଡିରେ ପ୍ରାୟ ୨୧ଟି ପରିବାର ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.