Below header

ଆଜି ସରୁଛି ଡେଡଲାଇନ, ଉଭାନ ହୋଇଯିବ ୨ ହଜାର ଟଙ୍କିଆ ନୋଟ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଏବେ ବି ଅଛି, ତେବେ ତୁରନ୍ତ ବ୍ୟାଙ୍କରେ ନିଅନ୍ତୁ ବଦଳାଇ । କାରଣ ଆଜିଠୁ ଆଉ ଚାଲିବନି ୨000 ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ କ୍ଲିନ୍ ନୋଟ୍ ପଲିସି ଅନୁସାରେ ୩୦ ତାରିଖ ପରେ ନିଜର ଆଇନଗତ ବୈଧତା ହରାଇବ ।

ନୂଆଦିଲ୍ଲୀ : ଆଜି ସରୁଛି ଡେଡଲାଇନ । ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛିକି ? ତେବେ ତୁରନ୍ତ ବ୍ୟାଙ୍କ ଯାଇ ବଦଳାନ୍ତୁ । ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳାଇବା ପାଇଁ ଆଜି ଶେଷ ଦିନ । ଏହା ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବେ ନାହିଁ । ଗୋଲାପି ନୋଟର ଭାଗ୍ୟ କଣ ହେବ ସେ ନେଇ ଆଇବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏ ପର୍ଯ୍ୟନ୍ତ ମାର୍କେଟରୁ ବ୍ୟାଙ୍କକୁ ୯୩ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରିଆସିଲାଣି । ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୩ ଲକ୍ଷ ୩୨ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଛି । ଯାହା ମୋଟ ୨ ହଜାର ଟଙ୍କାର ୯୩ ପ୍ରତିଶତ । ସେହିପରି ଅଗଷ୍ଟ ୧ ତାରିଖ ସୁଦ୍ଧା ୮୮ ପ୍ରତିଶତ ଅର୍ଥାତ ୩ ଲକ୍ଷ ୧୮ ହଜାର ଟଙ୍କା ୨ ହଜାର ଟଙ୍କିଆ ମୂଲ୍ୟର ନୋଟ ବ୍ୟାଙ୍କରେ ଜମା ହୋଇଥିଲା । ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଥାଉ ଯେ, ଗତ ମେ ମାସରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ତେବେ ବ୍ୟାଙ୍କରେ ନୋଟ୍ ବଦଳି ପାଇଁ ଶେଷ ତାରିଖ ଭାବରେ ୩୦ ସେପ୍ଟେମ୍ବର ସ୍ଥିର କରାଯାଇଛି । ତେଣୁ ଆପଣ ନିଜ ପାଖରେ ରଖି ଥିବା ୨ ହଜାର ଟଙ୍କାର ନୋଟ ଗୁଡିକୁ ବ୍ୟାଙ୍କରେ ଜମା କରି ନିଅନ୍ତୁ । ୨ ହଜାର ଟଙ୍କା ନୋଟ ବଦଳରେ ଅନ୍ୟ ନୋଟ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ ।

ପ୍ରତ୍ୟେକ ବ୍ୟାଙ୍କରେ ଆପଣ ନିଜ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସମ୍ପୁର୍ଣ୍ଣ ମାଗଣାରେ ବଦଳାଇ ପାରିବେ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆରବିଆଇ ଦେଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଆପଣ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.