Below header

ଗଙ୍ଗାକୁ କ୍ଷତି: ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ୨୫-୨୫ ଲକ୍ଷ ଟଙ୍କା ଜରିମନା ଜାରି

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଲଗାତାର ଭାବେ ଗଙ୍ଗାକୁ କ୍ଷତି ପହଞ୍ଚାଉଥିବାରୁ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମ ବଙ୍ଗଳା ରାଜ୍ୟ ଉପରେ ୨୫-୨୫ ଲକ୍ଷ ଟଙ୍କା ଲେଖାଏଁ ଜରିମନା ଆଦାୟ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ବିହାର ଗୋଟିଏ ମଧ୍ୟ ସିୱେଜ ପ୍ରୋଜେକ୍ଟ ପୁରା କରିନଥିବା କଥା ଏନଜିଟି କହିଛି। ଏହିପରି ପଶ୍ଚମ ବଙ୍ଗଳା ୨୨ ଟି ସିୱେଜ ପ୍ରୋଜେକ୍ଟରୁ କେବଳ ୩ଟି ସିୱେଜ ପ୍ରୋଜେକ୍ଟ ପୂରଣ କରିଛି। ଏନଜିଟି କହିବା ଅନୁଯାୟୀ ଝାଡଖଣ୍ଡର ପ୍ରଗତି ମଧ୍ୟ ପର୍ଯ୍ୟାପ୍ତ ହୋଇପାରିନାହିଁ। ଆଦେଶ ଜାରି ହେବା ପରେ ମଧ୍ଯ ଏହି ରାଜ୍ୟ ଗୁଡିକର ପ୍ରତିନିଧି ଉପସ୍ଥିତ ହୋଇନାହାନ୍ତି ଏବଂ ଏହି କାରଣରୁ ରାଜ୍ୟର ଅବସ୍ଥା ମଧ୍ୟ ଠିକ ନାହିଁ ବୋଲି ଜଣାପଡିଛି।

GANGA POLLUTIONକ୍ରିକେଟ ପଡିଆରେ ପାନୀୟ ଜଳର ବ୍ୟବହାରକୁ ନେଇ ମଧ୍ୟ ଏନଜିଟି ଚିନ୍ତା ପ୍ରକଟ କରିଛି। ଏଥିସହ ଟ୍ରିବ୍ୟୁନାଲ ଏକ ବିଶେଷଜ୍ଞ ସମିତିକୁ ପାଣି ବଞ୍ଚାଇବା ଉପାୟ ଉପରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏନଜିଟିର ଚେୟାରପର୍ସନ ଜଷ୍ଟିସ୍ ଆଦର୍ଶ କୁମାର ଗୋୟଲ କହିଛନ୍ତି ପାନୀୟ ଜଳ ଅଭାବ ଦେଖିବା ପରେ ଆରୋଓ ଏହାକୁ ଖାରଜ କରିବା ଉଚିତ ବା ସୀୱରର ପାଣିକୁ ସଂଶୋଧନ କରି ତାହାର ବ୍ୟବହାର କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.