ଜୁନ ୪ରେ ହେବ OnePlus 7ର ପ୍ରଥମ ସେଲ୍, ପାଇବେ ୨ ହଜାର ଡିସକାଉଣ୍ଟ

ୱାନପ୍ଲସ ନିକଟରେ ନିଜର ଦୁଇ ସ୍ମାର୍ଟଫୋନ OnePlus 7 ଏବଂ OnePlus 7 Pro ଲଞ୍ଚ କରିଛି। ଏଥିମଧ୍ୟରୁ ୱାନପ୍ଲସ ୭ର ପ୍ରଥମ ସେଲ ଜୁନ ୪ରେ ରଖାଯାଇଛି। ସେଲ ଆରମ୍ଭ ଦ୍ବିପ୍ରହର ୧୨ ଟା ବେଳେ ଆମାଜନ, ୱାନପ୍ଲସ ଷ୍ଟୋର୍ସ ଏବଂ ରିଟେଲ ପାର୍ଟନର ଷ୍ଟୋରଙ୍କ ପାଖରୁ କିଣିପାରିବେ। ଯଦି ଏହି ଫୋନକୁ କିଣିବା ପାଇଁ ଗ୍ରାହକ ଏସବିଆଇ କାର୍ଡର ବ୍ୟବହାର କରୁଛନ୍ତି ତେବେ ୨ ହଜାର ଟଙ୍କା ଇନଷ୍ଟାଣ୍ଟ ଡିସକାଉଣ୍ଟ ଦିଆଯିବ। ଆସନ୍ତୁ ଜାଣିବା ଏହି ଫୋନର ଫିଚର୍ସ।

OnePlus 7 ର ଫିଚର୍ସ

ୱାନପ୍ଲସ ୭ର ଫିଚର୍ସ ବିଷୟରେ କହିଲେ ଏଥିରେ ୬.୪୧ ଇଞ୍ଚ ୱାଟରପ୍ରୁଫ ନଞ୍ଚ ବିଶିଷ୍ଟ ଅପ୍ଟିକ AMOLED ଡିସପ୍ଲେ ଦିଆଯାଇଛି। ଯାହାର ରିଜ୍ୟୁଲେସନ ୨୩୪୦X୧୦୮୦ ପିକ୍ସେଲ ଅଟେ। ଏହାର ଆସପେକ୍ଟ ରେସିଓ ୧୯.୫:୯। ପ୍ରୋସେସର ବିଷୟରେ କହିବାକୁ ଗଲେ ଏହା Qualcomm Snapdragon ୮୫୫ ଚିପସିଟ ପ୍ରୋସେସର ଏବଂ ଏଣ୍ଡ୍ରିନୋ ଜିପିୟୁ ୬୪୦ ସହିତ ଆସିଥାଏ। ଫୋନ ଆଣ୍ଡ୍ରଏଡ ୯ ପାଇର ବେସଡ ଉପରେ Oxygen OS କାମ କରିଥାଏ। ଫୋନ ଦୁଇଟି ରାମ ଅପସନ ୬ଜିବି ଏବଂ ୮ଜିବିରେ ଆସିଥାଏ।

oneplus_7 and 7_proଫୋନର କ୍ୟାମେରା ଫିଚର୍ସ ବିଷୟରେ କହିଲେ ଏହାର ବ୍ୟାକରେ ଡୁଆଲ ରିୟର କ୍ୟାମେରା ସେଟଅପ ଦିଅଯାଇଛି। ଫୋନର ପ୍ରାଇମେରୀ ରିୟର କ୍ୟାମେରା ୪୮ ମେଗାପିକ୍ସେଲର ଅଟେ । ସେହିଭଳି ଏହାର ସେକେଣ୍ଡାରୀ କ୍ୟାମେରା ୫ ମେଗାପିକ୍ସେଲର ଦିଆଯାଇଛି। ଫୋନର ବ୍ୟାକରେ ଡୁଆଲ LED ଫ୍ଲାସ ଦିଆଯାଇଛି। ଫୋନର ସେଲ୍ଫି କ୍ୟାମେରା ପାଇଁ ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

ଭାରତରେ OnePlus 7 Proର ଦାମ

ଭାରତରେ ଏହାର ପ୍ରାରମ୍ଭିକ ଦାମ ୪୮,୯୯୯ ଟଙ୍କା ଅଟେ। ଯାହା ୬ ଜିବି ରାମ + ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଭେରିୟଣ୍ଟ ରହିଛି। ୮ଜିବି ରାମ/୨୫୬ଜିବି ଷ୍ଟୋରେଜ ଭେରିୟଣ୍ଟ ବିଶିଷ୍ଟ ଫୋନର ଦାମ ୫୨,୯୯୯ ଏବଂ ୧୨ଜିବି ରାମ/୨୫୬ଜିବି ଷ୍ଟୋରେଜ ଭେରିୟଣ୍ଟ ୫୭,୯୯୯ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.