ଷୋଡଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍) : ଷୋଡଶ ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ଯନାରାୟଣ ପାତ୍ର ।  ଆଜି ବିଧାନସଭା ବାଚସ୍ପତି ଭାବେ ସେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିଥିଲେ। ତା’ପରେ ବାଚନିକ ଭୋଟ୍‌ରେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା। ତେବେ ବାଚସ୍ପତି ନିର୍ବାଚନ ବେଳେ ବିଜେପି ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ।

surjya patraଏଥରକୁ ମିଶାଇ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୋଟ ୭ ଥର ନିର୍ବାଚିତ ହୋଇଛନ୍ତି। ସେ ମୋହନାରୁ ୪ ଥର ଏବଂ ଦିଗପହଣ୍ଡିରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏଥର ସେ ଦିଗପହଣ୍ଡିରୁ ନିର୍ବାଚନ ଲଢ଼ିଥିଲେ। ସେ ବିଜୁ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଥର ମନ୍ତ୍ରୀ ମଧ୍ୟ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.