Below header

କଂଗ୍ରେସ୍‌ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ

ପୁଣିଥରେ କଂଗ୍ରେସ୍‌ ସଂସଦୀୟ ଦଳର ନେତ୍ରୀ ହେଲେ ସୋନିଆ ଗାନ୍ଧୀ । ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦଙ୍କର ପ୍ରଥମ ବୈଠକରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ପୁଣି ଥରେ ନିର୍ବାଚିତ କରାଯାଇଛି। ଏହି ବୈଠକରେ କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି କଂଗ୍ରେସ୍‌ ମିଡିଆ ପ୍ରଭାରୀ ରଣଦୀପ ସିଂହ ସୁରେଜବାଲ୍‌ । ଏହା ସହ କହିଛନ୍ତି ୧୨.୧୩ କୋଟି ଭୋଟରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯିଏ କଂଗ୍ରେସ୍‌ ଉପରେ ବିଶ୍ୱାସ କରିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ରାଏବରେଲି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କୁ ୧. ୬୭ ଲକ୍ଷରୁ ଅଧିକ  ଭୋଟ୍‌ରେ ପରାଜିତ କରିଛନ୍ତି ସୋନିଆ ଗାନ୍ଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.